ଜଗତସିଂହପୁର(ସଂଘର୍ଷ ମିଡିଆ ) : – ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ଡାଇଲେସିସ ମେସିନ ଉଦଘାଟନ ଓ ସମ୍ପୁର୍ଣ୍ଣା ଶିଶୁ ଓ ମାଆ କିଟ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜଗତସିଂହପୁର ବିଧାୟକ ତଥା ଜିଲା ଯୋଜନା କମିଟି ଅଧକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଏବଂ ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ନୁତନ ଡାଇଲେସିସ ମେସିନର ଉଦ୍ଘାଟନ କରିବା ସହିତ ସମ୍ପୁର୍ଣ୍ଣା ଶିଶୁ ଓ ମାଆ କିଟ ର ବଣ୍ଟନ କରିଥିଲେ।ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପରିଚାଳିତ ସମ୍ପୁର୍ଣ୍ଣା ସୁରକ୍ଷା କବଚ ମାଆ ଏବଂ ଶିଶୁ କିଟ ପ୍ରଦାନ କରିବା ଦ୍ୱାରା ଶିଶୁ ଓ ମାଆ ମୃତ୍ୟୁ ହାର ରୋକିବା ଦିଗରେ ସହାୟତା ହୋଇପାରିବ ବୋଲି ଆଶାବ୍ୟକ୍ତ କରାଯାଇଛି।ଏହି ଅବସରରେ 36ଜଣ ପ୍ରସୂତୀ ମାଆଙ୍କୁ କିଟ ପ୍ରଦାନ କରାଯାଇଥିବା ବେଳେ ଡାଇଲେସିସ ୟୁନିଟ ଉଦ୍ଘାଟନ ପରେ ମୁଖ୍ୟ ଚିକିତ୍ସାଳୟରେ ଡାଇଲେସିସ ମେସିନ 7କୁ ବୃଦ୍ଧି ପାଇଛି।ଏହି କାର୍ଯ୍ୟକ୍ରମ ରେ ଜିଲା ମୁଖ୍ୟ ଚିକିତ୍ସାଅଧିକାରୀ ତଥା ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ବିଜୟା ପଣ୍ଡା, ଏଡିଏମଓ ଡକ୍ଟର ଅଜୟ କୁମାର ସ୍ୱାଇଁ, ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦକୁମାର ବାରିକ,ଡାକ୍ତର କ୍ଷେତ୍ରବାସୀ ଦାସ, ଡିପିଏମ ଚକ୍ରଧର ଜେନା,ଡିପିଏମ ଚକ୍ରଧର ଜେନା,ଡେପୁଟି ମ୍ୟାନେଜର ସୁକାନ୍ତ ପ୍ରଧାନ,ଡାଇଲେସିସ ୟୁନିଟ ର ଚିକିତ୍ସକ ଡକ୍ଟର ରଘୁନାଥ ଜେନା, ପରିଚାଳକ ଅମୂଲ୍ୟରତ୍ନ ବିଶ୍ଵାଳ, ସିନିୟର ଟେକ୍ନିସିଆନ ତପନ କୁମାର ଦତ୍ତ,ଷ୍ଟାଫ ନର୍ସ ଇନ ଚାର୍ଜ ଖୁଲଣା ବାରିକ, ସୁଧାଂଶୁ ମାଳିନୀ ଦାଶ ପ୍ରମୂଖ ଉପସ୍ଥିତ ଥିଲେ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।