ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲ୍ଲା ବଜରଙ୍ଗ ଦଳ ଓ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ପବିତ୍ର ରାମ ନବମୀ ପାଳିତ ହୋଇଯାଇଛି।ଏହି ଏକ ଅବସରରେ ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଅଛି। ଏହି ବାଇକ ଶୋଭାଯାତ୍ରା ରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଶତାଧିକ ବଜରଙ୍ଗ କର୍ମୀ ବିଶ୍ବହିନ୍ଦୁ ପରିଷଦର କର୍ମକର୍ତ୍ତା ମାନେ ଯୋଗ ଦେଇ ଜଗତସିଂହପୁର ସହର ପରିକ୍ରମା କରି ଶ୍ରୀରାମ ଧ୍ୱନି ରେ ସହର ପ୍ରକମ୍ପିତ କରିଥିଲେ। ପରେ ପାରାଦୀପ ଅଭିମୁଖେ ଯାତ୍ରା କରିଛନ୍ତି। ରାମଧ୍ୱନୀ ରେ ପ୍ରକମ୍ପିତ ଏହି ଶୋଭାଯାତ୍ରା କୁ ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଲୋକେ ଭିଡ଼ ଜମାଇଥିବାର ଦେଖା ଯାଇଥିଲା।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।