ଜଗତସିଂହପୁର ଜିଲ୍ଲା ନିଖିଳ ଓଡିଶା ଗ୍ରାମ ରୋଜଗାର ସେବକ ସଙ୍ଘ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

21

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : – ଜଗତସିଂହପୁର ବ୍ଳକ ଅଧିନ ଅୟର ଜଗନ୍ନାଥ ମନ୍ଦିର ପରିସରରେ ଜିଲ୍ଲା ସଭାପତି ପଙ୍କଜ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ନିଖିଳ ଓଡିଶା ଗ୍ରାମ ରୋଜଗାର ସେବକ ସଙ୍ଘ ଜଗତସିଂହପୁର ଜିଲ୍ଲା ଶାଖାର ଏକ ସାଙ୍ଗଠନିକ ବୈଠକ ଆୟୋଜିତ ହୋଇଥିଲା l ଏଥିରେ ରାଜ୍ୟ ସଭାପତି ବଦ୍ରିନାରାୟଣ ମହାନ୍ତି ଯୋଗଦେଇ ରାଜ୍ୟର ସମସ୍ତ ଜିଲ୍ଲାରେ ସଂଗଠନ କୁ ସକ୍ରିୟ କରି ଗ୍ରାମ ରୋଜଗାର ସେବକ ମାନଙ୍କ ପ୍ରତି ଗତ କିଛି ବର୍ଷ ଧରି ସରକାରୀ ଅବହେଳା ଓ ଅତ୍ୟାଚାର କୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ l ସଭାରେ ଉପସ୍ଥିତ ସମସ୍ତ ବ୍ଲକ ପ୍ରତିନିଧି ଯୋଗଦେଇ ସରକାରଙ୍କର ଜି ଆର ଏସ ମାରଣ ନୀତି ର ତୀବ୍ର ସମାଲୋଚନା କରିଥିଲେ l ରାଜ୍ୟ ସମ୍ପାଦକ ଉଦୟନାଥ ଲେଙ୍କା ନିଜ ବକ୍ତବ୍ୟ ରେ କହିଥିଲେ ଯେ ସଙ୍ଘ ସହିତ ଆଲୋଚନା ନକରି ସରକାର 2013 ମସିହା ଠାରୁ ଜିଆରଏସଙ୍କ ପାଇଁ ପଂଚାୟତ ନିର୍ବାହୀ ପଦବୀର ଥିବା ତିରିଶ ଶତାଂଶ ପଦୋନ୍ନତିକୁ ଏକ ତରଫା ଭାବେ ଉଛେଦ କରିବା ଅତ୍ୟନ୍ତ ପରିତାପର ବିଷୟ l ସରକାର ତୁରନ୍ତ ଏହି ନିଷ୍ପତି ର ପୁନଃ ବିଚାର କରି ଖାଲି ପଡିଥିବା ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀ ପଦବୀରେ ଜି ଆର ଏସ ମାନଙ୍କୁ ଶତ ପ୍ରତିଶତ ନିଯୁକ୍ତି ଦେବାପାଇଁ ଦାବୀ କରାଯାଇଥିଲା l ଛ ବର୍ଷ ଚାକିରୀ ପୁରଣ କରିଥିବା ଜିଆରଏସ ଙ୍କ କ୍ଷେତ୍ରରେ ବାର୍ଷିକ ଚୁକ୍ତିନାମା ଉଠାଇ ଦେବା ସହିତ ସମସ୍ତଙ୍କୁ ଇପିଏଫ ଓ ଇଏସଆଇ ସହିତ ସାମାଜିକ ସୁରକ୍ଷା ଯୋଗାଇ ଦେବାପାଇଁ ନିବେଦନ କରାଯାଇଥିଲା l ଆଗାମୀ ଦିନରେ ସମସ୍ତ ସଦସ୍ୟ ନିଖିଳ ଓଡିଶା ଗ୍ରାମ ରୋଜଗାର ସେବକ ସଙ୍ଘକୁ କ୍ରିୟାଶୀଳ କରିବା ସହିତ ନ୍ୟାର୍ଯ୍ୟ ଦାବୀ ପୁରଣ ନହେଲା ଯାଏଁ ସଂଗ୍ରାମ ଜାରି ରଖିବାକୁ ଆହ୍ୱାନ ଦିଆଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ପଙ୍କଜ ସ୍ୱାଇଁ,କହିଥିଲେ ଯେ ପିଇଓ ପଦବୀ ରେ ଜିଆରଏସ ଙ୍କୁ ପଦୋନ୍ନତି ଦିଆଯିବା ସହିତ ବାଦ ପଡୁଥିବା ସମସ୍ତ ଜିଆରଏସ ଙ୍କୁ ସରକାରଙ୍କ ନୂତନ ଚୁକ୍ତି ଭିତ୍ତିକ ଉଛେଦ ନୀତି ଅନୁସାରେ ସ୍ଥାୟୀ କର୍ମଚାରୀ ଭାବରେ ଘୋଷଣା କରିବାକୁ ଦାବୀ କରିଥିଲେ l ଏହି ସଭାରେ ଜିଲ୍ଲା ସମ୍ପାଦକ ଶ୍ରୀ ବିଶ୍ଵବିଜୟୀ ସ୍ୱାଇଁ, ମମତା ସେଠି, ସୁଦର୍ଶନ ସାହୁ,ପପୁଲାଲ ସ୍ୱାଇଁ,ବାପି ମହାନ୍ତି, ବିବେକ ଜେନା,ସିଦ୍ଧାର୍ଥ ଶଙ୍କର ଜେନା,ସଂଘମିତ୍ରା ପଟନାୟକ,ସୁଧାଂଶୁ ବେହେରା, ଶୈଳେନ୍ଦ୍ର ଦାସ, ସୌମ୍ୟରଞ୍ଜନ ମିଶ୍ର,ପ୍ରତାପ ଶୁକ୍ଲା, ସୁଜାତା ଜେନା,ରମେଶ ସାହୁ,ଅଙ୍ଗୁରବାଳା ମହାନ୍ତି, ସନ୍ଧ୍ୟାରାଣୀ ସ୍ୱାଇଁ,ଦୁଷ୍ମନ୍ତ ବରାଳ, ଅଜୟ ବାରିକ,ବିଶ୍ୱନାଥ ରଥ, ସୁଧାକର ଦାସ,ପ୍ରମୁଖ ବ୍ଲକ ପ୍ରତିନିଧିମାନେ ଯୋଗଦେଇ ଯୋଗ ଦେଇଥିଲେ lଶେଷରେ କାର୍ଯ୍ୟକାରୀ ସଭାପତି ସତ୍ୟ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More