ଜଗତସିଂହପୁର ( ସଂଘର୍ଷ ମିଡିଆ ) : – ସର୍ବଭାରତୀୟ ଚକା ବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇ ଜଗତସିଂହପୁର ଜିଲ୍ଲା କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମିଳିତ ମଞ୍ଚ ପକ୍ଷରୁ ଚକାବନ୍ଦ ଧର୍ମଘଟ କରିବା ସହ ଥାନା ଛକରେ ବିକ୍ଷ୍ୟୋଭ କରାଯାଇଥିଲା। ସିଆଇଟିୟୁ ର ରାଜ୍ୟ ସମ୍ପାଦକ ଲୋଭାକାନ୍ତ ସ୍ୱାଇଁ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ସମ୍ପର୍କରେ କହିଥିଲେ ଏହି କଳା ଆଇନକୁ ପ୍ରତ୍ୟାହାର କରିବା ସହ ଆନ୍ଦୋଳନ କାରୀଙ୍କ ଉପରେ ହୋଇଥିବା ମିଥ୍ୟା ମକଦ୍ଦମା କୁ ତୁରନ୍ତ ପ୍ରତ୍ୟାହାର କରିବା ପାଈଁ ଦାବି କରିଥିଲର।ଏହି ଚକାବନ୍ଦ ଆନ୍ଦୋଳନରେ ଏଆଇୟୁଟିୟୁସି ର ସଭାପତି ପ୍ରଦୀପ୍ତ ରାମ,ଅଖିଳ ଭାରତ କୃଷକ ସଭାର ରାଜ୍ୟ ଉପସଭାପତି ସତ୍ୟରଞ୍ଜନ ମହାନ୍ତି, କୃଷକ ମଜଦୂର ସଂଘର ଆବାହକ ସୁବାସ ସ୍ବାଇଁ ଯୋଗଦେଇ କେନ୍ଦ୍ର ସରକାର ଶ୍ରମ ଆଇନକୁ ବିଭାଜନ ନେଇ ଅସନ୍ତୋଷ ପ୍ରକାର କରି କହିଥିଲେ ଶ୍ରମିକ ଓ କୃଷକ ବିରୋଧୀ ନୂତନ ଶ୍ରମ ଆଇନ ତୁରନ୍ତ ବାତିଲ କରିବା ପାଈଁ ସମସ୍ତ ଟ୍ରେଡ଼ ୟୁନିୟନ ମାନେ ଦାବି କରିଥିଲେ ।ଏହ ଆନ୍ଦୋଳନ ରେ ସିଆଇଟିୟୁ ର ନିର୍ମାଣ ଶ୍ରମିକ ସଂଗଠନର ସହ ସମ୍ପାଦକ କୃଷ୍ଣ ଚନ୍ଦ୍ର ବସ୍ତିଆ, ନାରାୟଣ କବି,ନରେନ୍ଦ୍ର ଭୋଇ, ମୁରଲୀଧର ଭୋଇ, ଅନନ୍ତ ଦାସ, ତପନ ଦାସ,ଗଜେନ୍ଦ୍ର ବେହେରା ପ୍ରମୁଖ୍ୟସମସ୍ତ ଟ୍ରେଡ଼ ୟୁନିୟନ ର କର୍ମକର୍ତା ଯୋଗଦେଇଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣା ସଙ୍ଘର୍ଷ ନିଉଜ୍।