ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ ସନ୍ତରା ଠାରେ ଅନ୍ତଃ ନଦୀ ଜଳାଶୟ ପ୍ରକ୍ପପ ମଞ୍ଜୁର ପାଇଁ ନିବେଦନ

39

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ମହାନଦୀର ସନ୍ତରା ଠାରେ ଏକ ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ପାଇଁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ 5ଟି ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ନିବେଦନ କରାଯାଇଛି। ଆଜି ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଓଶ୍ଵାନ ଭିସି ରୁମ ଠାରେ ଭିଡିଓ କନଫରେନ୍ସି ମାଧ୍ୟମରେ କୁଜଙ୍ଗ ବ୍ଳକ ସନ୍ତରା ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ଯୋଜନା କାର୍ଯ୍ୟକାରୀ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜଳସମ୍ପଦ ,ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଙ୍କ ସମେତ ଜଗତସିଂହପୁର ବିଧାୟକ ତଥା ଜିଲା ଯୋଜନା କମିଟି ଅଧକ୍ଷ ପ୍ରଶାନ୍ତ ମୁଦୁଲି, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ,ଓ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ରହି 5ଟି ସଚିବ ଙ୍କ ଜରିଆରେ ଜିଲାର ଜନସଧାରଙ୍କ ପକ୍ଷରୁ ନିଵେଦନ କରିଥିଲେ। ଏହି ଅନ୍ତ ନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ କରାଗଲେ ସ୍ଥାନୀୟ ଅଞ୍ଚଳରେ ହଜାର ହଜାର ହେକ୍ଟର ଚାଷଜମି ପାଇଁ ଜଳସେଚନ ସୁବିଧା, ପାନୀୟ ଜଳ ସମସ୍ୟାର ସମାଧାନ ସହିତ ଶିଳ୍ପାନୁଷ୍ଠାନ ଗୁଡିକୁ ଜଳ ଯୋଗାଣ ନିମନ୍ତେ ସହାୟକ ହେବ ବୋଲି ମନ୍ତ୍ରୀ ଓ ବିଧାୟକ ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ବିଜେଡି ନଗରସଭାପତି ପ୍ରିୟବ୍ରତ ମହାପାତ୍ର,ବରିଷ୍ଠ ଆଇନଜୀବୀ ଦୋଳଗୋବିନ୍ଦ ଦାଶ, ବିଜେଡି ଉପସଭାପତି ଦିପ୍ତୀ ଦାସ, ପୂର୍ବତନ ପୋୖରାଧକ୍ଷ ମଧୁସୂଦନ ସାହୂ,ଛାତ୍ର ବିଜେଡି ଜିଲା ସଭାପତି ଇଞ୍ଜିନିୟର ସମିତ କୁମାର ଲେଙ୍କା, ଜିଲାପରିଷଦ ସଭ୍ୟ ଦୀପ୍ତିରଞ୍ଜନ କୁଅଁର,ସେହିଭଳି ବ୍ଳକ ସମ୍ମିଳନୀ କକ୍ଷରେ ଚାଲିଥିବା ଭିଡିଓ କନ୍ଫରେନ୍ସି ରେ ଯୋଗ ଦେଇଥିଲେ ବ୍ଳକ ଅଧଖ୍ୟା ବିଜୟଲକ୍ଷ୍ମୀ ବେହେରା,ସାଂସଦଙ୍କ ପ୍ରତିନିଧି କାଳନ୍ଦୀ ପତି,ବ୍ଳକ ବିଜେଡି ସଭାପତି ମନୋଜ କୁମାର ଭୋଇ,ଜିଲା ଆଇଟି ସଂଯୋଜକ ରତିରଞ୍ଜନ ବେହେରା,ସରପଞ୍ଚ ଚିତ୍ତରଞ୍ଜନ ରାଉଳ, ସୁବାଷ ମହାନ୍ତି ପ୍ରମୁଖ ବିଜେଡି କର୍ମକର୍ତା ଯୋଗଦେଇଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More