ଜଗତସିଂହପୁର ଜିଲ୍ଲା ଓକିଲ ସଂଘ ତରଫରୁ ଗୁରୁ ଦିବସ ମହାସମାରୋହରେ ପାଳିତ

15

Get real time updates directly on you device, subscribe now.

ଆଙ୍କର-ଜଗତସିଂହପୁର ଜିଲ୍ଲା ଓକିଲ ସଂଘ, ଜଗତସିଂହପୁର ଆନୁକୁଲ୍ୟରେ ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଗୁରୁ ପୂଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ବରିଷ୍ଠ ଆଇନଜୀବି ରାଜକିଶୋର ଖଟୁଆ, ରବିନ୍ଦ୍ର ନାଥ ମହାନ୍ତି, ଗୋରାଚାନ୍ଦ୍ କାନୁନଗୋ, ଅରୁଣ ପ୍ରତାପ ବିଶ୍ବାଳ, ସଂଗ୍ରାମ କେଶରୀ ମହାନ୍ତି, ବଳରାମ ନାୟକ ଓ ବିଳାସ କୁମାର ଲେଙ୍କାଙ୍କୁ ଗୁରୁ ସମ୍ମାନ-୨୦୨୨ ରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସଭାରେ ଓକିଲ ସଂଘ ଉପସଭାପତି ପ୍ରତାପ କୁମାର ବରାଳ ସଭାପତିତ୍ବ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂଘର ସଭାପତି ପ୍ରମୋଦ କୁମାର ସ୍ବାଇଁ, ସଂପାଦକ ନଳିନୀ ରଞ୍ଜନ ମହାପାତ୍ର, ଆଇନଜୀବି ରାଜକିଶୋର ବେହେରା, ଗଗନ ଚନ୍ଦ୍ର ଦାଶ, ପିତାମ୍ବର ପଣ୍ଡା,ବୀର ନାରାୟଣ ପାତ୍ର, ମହେଶ ରଞ୍ଜନ ମହାନ୍ତି, ପ୍ରମୋଦ ସ୍ବାମୀ, ସୁଧାଂଶୁ ମୋହନ ମିଶ୍ର, ସୁଧୀର କୁମାର ଖୁଣ୍ଟିଆ, ଯୁଧିଷ୍ଠିର ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଗୁରୁ ସମ୍ମାନରେ ସମ୍ମାନିତ ହୋଇଥିବା ବରିଷ୍ଠ ଆଇନଜୀବି ମାନେ ସେମାନଙ୍କ ଜୀବନର ଅନୁଭୂତି ସହିତ ଓକିଲାତି ବୃତ୍ତିରେ ଗୁରୁ ଶିଷ୍ୟ ପରମ୍ପରା ବିଷୟରେ ଆଲୋକପାତ କରିଥିଲେ । ଆଇନଜୀବି ନରେଶ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଆଇନଜୀବି ଦୋଳଗୋବିନ୍ଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଂଘର ଯୁଗ୍ମ ସମ୍ପାଦିକା ଯୁଗପ୍ରଭା ଲେଙ୍କା, କମିଟି ସଦସ୍ୟ ପ୍ରକାଶ କୁମାର ରାୟ, କସ୍ତୁରୀ ପ୍ରିୟଦର୍ଶିନୀ ମଲ୍ଲ, ଆଇନଜୀବି ଜ୍ଞାନ ରଞ୍ଜନ ମହାନ୍ତି, ଅକ୍ଷୟ କୁମାର କାନୁନଗୋ ପ୍ରମୁଖ ପରିଚାଳନା କରିଥିଲେ ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ୍

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More