ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

29

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲ୍ଲା ପାଇଁ 215 କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଶିଳାନ୍ୟାସ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ପଡିଆ, ତିର୍ତ୍ତୋଲ ବ୍ଳକ ପରିସର ଏବଂ ଏରସମା ବ୍ଳକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଶିଳାନ୍ୟାସ ଓ ଉଦ୍ଘାଟନ କରିଥିଲେ। ଶିଳାନ୍ୟାସ ହୋଇଥିବା ଉନ୍ନୟନ କାର୍ଯ୍ୟ ଗୁଡିକ ମଧ୍ୟରେ ଜଗତସିଂହପୁର ପୌରପାଳିକାର ଆଦର୍ଶ ସ୍ମସାନ ଗୃହ, ଗୋପାଳସାଗର ପୁଷ୍କରଣୀ ଉନ୍ନତି କରଣ, କଲେଜ ଛକ ଠାରେ ପାର୍କ ନିର୍ମାଣ,ଏରସମା ବ୍ଲକର ସିହା ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ, ଗଡ଼କୁଜଙ୍ଗ ଚଟୁଆ ରାସ୍ତାର ହାଡୁଆ ନାଳ ଉପରେ ଉଚ୍ଚ ସେତୁ ନିର୍ମାଣ,ନଗରୀ ସୁଇସ ଗେଟ ର ପୁନଃରୁଧାର, ବାଗାଡ଼ି ସୁଇସ ନିକଟରେ ବକ୍ସ ସେତୁ ନିର୍ମାଣ,ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଓ ତିର୍ତ୍ତୋଲ ଶାରଳା ମହାବିଦ୍ୟାଳୟର ନୂତନ ଗୃହ ନିର୍ମାଣ,ହଂସୁଆ ସଫେଇ ର ନଗରୀ କ୍ରିକ ଉପର ମୁଣ୍ଡରେ ପଙ୍କ ଉଦ୍ଧାର,ଛପଡା ଠାରେ ରେଲୱେ ଓଭର ବ୍ରିଜ ନିର୍ମାଣ ଭଳି18ଟି ପ୍ରକଳ୍ପ ଶିଳାନ୍ୟାସ କରିଥିବାବେଳେ 11ଟି ନୂତନ କାର୍ଯ୍ୟକ୍ରମ ର ଉଦ୍ଘାଟନ କରିଥିଲେ।ସେଗୁଡିକ ମଧ୍ୟରେ ଜଗତସିଂହପୁର ପର୍ଯ୍ୟଟନ କାର୍ଯ୍ୟଳୟ ର ନୂତନ ଗୃହ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ନୂତନ ଗୃହ,ରଘୁନାଥପୁର ଉପନିବନ୍ଧକ କାର୍ଯ୍ୟାଳୟ ନୂତନ ଗୃହ, ମା ଶାରଳା ମନ୍ଦିର ଓ ପାରିପାର୍ଶ୍ବିକ ଉନ୍ନତି କରଣ,ପାରାଦୀପ ରେ ନବନିର୍ମିତ ସର୍କିଟ ହାଉସ ଓ ଶିଳ୍ପ ତାଲିମ କେନ୍ଦ୍ର ଭଳି 11ଟି ନୂତନ କାର୍ଯ୍ୟର ଶୁଭଉଦ୍ଘାଟନ କରିଥିଲେ।ଏହି ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଂଜନ ଦାସ, ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି, ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ ଉପସ୍ଥିତ ଥିଲେ।ସେହିଭଳି ଏରସମା ବ୍ଳକ କାର୍ଯ୍ୟ ଳୟ ପରିସରରେ ଚାଲିଥିବା ମୁଖ୍ୟମନ୍ତ୍ରୀ ଙ୍କ ଭିଡ଼ିଓ କନ୍ଫରେନ୍ସି ରେ ଜଳସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଥିବାବେଳେ ତିର୍ତ୍ତୋଲ ଠାରେ ଚାଲିଥିବା ଭିଡିଓ କନ୍ଫରେନ୍ସି କାର୍ଯ୍ୟକ୍ରମ ରେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ତିର୍ତ୍ତୋଲ ବିଧାୟକ ଵିଜୟ ଶଙ୍କର ଦାସ ଉପସ୍ଥିତ ଥିଲେ।ଶେଷରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲା ପ୍ରଶାସନ ଓ ଜିଲା ବାସୀଙ୍କ ତରଫରୁ କୃତଜ୍ଞତା ଜଣାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ଜିଲା ବିଜେଡ଼ି ଉପସଭାପତି ଦିପ୍ତୀ ଦାସ, ବରିଷ୍ଠ ଆଇନଜୀବୀ ଦୋଳଗୋବିନ୍ଦ ଦାସ, ବିଜେଡି ନଗରସଭାପତି ପ୍ରିୟବ୍ରତ ମହାପାତ୍ର, ବ୍ଳକ ବିଜେଡି ସଭାପତି ମନୋଜ ଭୋଇ, ସାଂସଦ ଙ୍କ ପ୍ରତିନିଧି କାଳନ୍ଦୀ ପତି, ପୂର୍ବତନ ପୋୖରାଧକ୍ଷ ମଧୁସୂଦନ ସାହୂ,ଜିଲ୍ଲା ଆଇଟି ସଂଯୋଜକ ରତିରଞ୍ଜନ ବେହେରା,ଯୁବ ବ୍ଳକ ବିଜେଡ଼ି ସଭାପତି ସମ୍ବିତ ମହାନ୍ତି, ଛାତ୍ର ବିଜେଡି ଜିଲା ସଭାପତି ଇଞ୍ଜିନିୟର ସମିତ ଲେଙ୍କା ପ୍ରମୂଖ ଯୋଗଦେଇ ଥିଲେ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More