ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲାବାସୀଙ୍କ ପାଇଁ ଦୁଇଟି ନୁଆ ସେତୁ ତଥା ଦୁଇଟି ନୂଆ ଜୀବନ ରେଖାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନ୍ଫରେନ୍ସି କାର୍ଯ୍ୟକ୍ରମରେ ଜଳସମ୍ପଦ, ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ,ସାଂସଦ ଡଃ.ରାଜଶ୍ରୀ ମଲ୍ଲିକ,ଜଗତସିଂହପୁର ବିଧାୟକ ତଥା ଯୋଜନା କମିଟି ଅଧକ୍ଷ ପ୍ରଶାନ୍ତ କୁମାର ମୁଦୁଲି, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ର,ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ଉପସ୍ଥିତ ଥିଲେ। ଏହି ଦୁଇଟି ସେତୁ ମଧ୍ୟରେ ଜୟପୁର – କଟିକଟା ସେତୁ ଜଗତସିଂହପୁର ଜିଲ୍ଲା ସହ ଯୋଡ଼ି ହେବ କଟକ ଜିଲ୍ଲା।ଉପକୃତ ହେବେ ପଚାଶ ହଜାର ଲୋକ।ସେହିଭଳି ଅନ୍ୟ ସେତୁଟି ତୀର୍ତ୍ତୋଲ – ପୋଷଲ। ଏହି ସେତୁ ଦ୍ୱାରା ଜଗତସିଂହପୁର ଜିଲ୍ଲା ସହ ଯୋଡ଼ିହେବ କେନ୍ଦ୍ରାପଡା ଜିଲ୍ଲା।ଊପକୃତ ହେବେ ଏକ ଲକ୍ଷ୍ୟ ଲୋକ।ଏହି ସେତୁ ହେବା ଦ୍ୱାରା ଗମନାଗମନ ପାଈଁ ସଫଳ ହୋଇପାରିବ।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ।