ଜଗତସିଂହପୁର ଜିଲ୍ଲାରେ ନିମୋକୋକଲ କଞ୍ଜୁ ଗେଟ ଭ୍ୟାକ୍ସିନର ଶୁଭାରମ୍ଭ

39

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) :-ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବକିଶୋର ଦାସ ଭରଚୁଆଲ ମାଧ୍ୟମରେ ରାଜ୍ୟ ସ୍ତରୀୟ ନିମୋକୋକଲ କଞ୍ଜୁ ଗେଟ ଭ୍ୟାକ୍ସିନ ର ଶୁଭାରମ୍ଭ କରିଛନ୍ତି।ଏହି ଭ୍ୟାକ୍ସିନ ଜନ୍ମରୁ ଏକ ବର୍ଷ ମଧ୍ୟରେ ଅର୍ଥାତ ଦେଢ଼ ମାସରେ ପ୍ରଥମ ମାତ୍ରା, ସାଢ଼େ ତିନି ମାସରେ ଦ୍ୱିତୀୟ ମାତ୍ରା ଓ ନଅ ମାସରେ ତୃତୀୟ ମାତ୍ରା ଦିଆଯାଇ ଥାଏ।ଯାହାକି ପିଲାମାନଙ୍କୁ ନିମୋକୋକଳ ବ୍ୟାକ୍ଟେରିଆ ଜନିତ ନିମୋନିଆ ଏବଂ ଅନ୍ୟ ନିମକୋକଲ ଜନିତ ରୋଗ ଗୁଡିକୁ ସୁରକ୍ଷା ପ୍ରଦାନ କରିଥାଏ।ରାଜ୍ୟ ସ୍ତରୀୟ ଶୁଭ ଉଦଘାଟନୀ କାର୍ଯ୍ୟକ୍ରମ ପରେ ଜଗତସିଂହପୁର ଜିଲ୍ଲାରେ ଜିଲା ଯୋଜନା କମିଟି ଅଧକ୍ଷ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ,ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ର ଏବଂ ଜିଲା ମୁଖ୍ୟଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ବିଜୟା ପଣ୍ଡା ପ୍ରମୁଖଙ୍କ ଉପସ୍ଥିତ ରେ ଜିଲ୍ଲାସ୍ତରୀୟ ନିମକୋକଲ କଞ୍ଜୁଗେଟ ଭ୍ୟାକ୍ସିନ ଶୁଭ ଉଦଘାଟନ ହୋଇଯାଇଛି।ପରେ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉପସ୍ଥିତ ଦେଢ ମାସର12ଜଣ ଶିଶୁଙ୍କୁ ପ୍ରଥମ ମାତ୍ରା ନିମକୋକଲ ଭ୍ୟାକ୍ସିନ ପ୍ରଦାନ କରାଯାଇଥିଲା।ସୂଚନା ଥାଉକି ନିମକୋକଲ ଭ୍ୟାକ୍ସିନ ସର୍ବକାଳୀନ ଟୀକାକରଣ କାର୍ଯ୍ୟକ୍ରମ( ୟୁଆଇପି)ରେ ଅନ୍ତର୍ଭୁକ୍ତ କରାଗଲା।ଯାହାକି ରୁଟିନ ଇମ୍ୟୁନାଇଜେସନ ସେସନରେ ବୁଧୁବାର ଯୋଗ୍ୟ ହିତାଧିକାରୀ ମାନଙ୍କୁ ଏହି ଟୀକା ମାଗଣାରେ ପ୍ରଦାନ କରାଯିବ।ନିମକୋକଲ ନିମୋନିଆ ହେଉଛି ଶିଶୁର ଏକ ଫୁସଫୁସ ଜନିତ ସଂକ୍ରମଣ ।ଯାହାଦ୍ୱାରା ପିଲାଟିର ଶ୍ୱାସକ୍ରିୟା ରେ କଷ୍ଟ, ଛାତି ଜୋରରେ ଭିତରକୁ ଟାଣିହେବା, ଜ୍ୱର ତଥା କାଶ ଇତ୍ୟାଦି ଅସୁବିଧା ହୋଇଥାଏ।ଅତି ଗୁରତର ସମସ୍ୟା ଦେଖାଦେଲେ ପିଲାଟି ମୃତ୍ୟୁ ମୁଖରେ ମଧ୍ୟ ପଡିପାରେ।ସେଥିପାଇଁ ଜନସାଧାରଣ ଏଥି ପ୍ରତି ସଚେତନ ହେବା ସହିତ ନିକଟସ୍ଥ ରୁଟିନ ଇମ୍ୟୁନାଇଜେସନ କେନ୍ଦ୍ରରେ ପ୍ରତି ବୁଧବାର ଦିନ ସଠିକ ସମୟରେ ଟୀକା ନେବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।ଏହି କାର୍ଯ୍ୟ କ୍ରମରେ ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ପ୍ରମୋଦ କୁମାର ବାରିକ,ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ଏସ ଏମ ଓ ଡକ୍ଟର ଦୀପକ କର,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର କ୍ଷେତ୍ରବାସୀ ଦାସ, ଡକ୍ଟର ବସନ୍ତ କୁମାର ବାରିକ,ଏଡିଏମଓ ଡକ୍ଟର ଅଜୟକୁମାର ସ୍ୱାଇଁ, ଡ଼ିପିଏମ ଚକ୍ରଧର ଜେନା, ଡେପୁଟି ମ୍ୟାନେଜର ପ୍ରଜନନ ସୁକାନ୍ତ କୁମାର ପ୍ରଧାନ, ଏପିଡେମୋଲୋଜିଷ୍ଟ ଡକ୍ଟର ଅଶୋକ କୁମାର ସାହୁ,ଜିଲା ଡାଟା ମ୍ୟାନେଜର ଜ୍ୟୋତିରଞ୍ଜନ ପରିଡାଙ୍କ ସମେତ ଜିଲାଇମ୍ୟୁନାଇଜେସନ ଟିମର ସମସ୍ତ ସଦସ୍ୟ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଏଡିପିଏଚ ସିଓ ସଚଳା ମହାନ୍ତି ଉପସ୍ଥିତ ଥିଲେ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More