ଜଗତସିଂହପୁର ଜିଲ୍ଲାପାଳଙ୍କ କାଙ୍କଣ ଗସ୍ତ

15

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା,ଏରସମା ବ୍ଲକ ଆମ୍ବିକି ପଞ୍ଚାୟତ ର କାଙ୍କଣ ଗ୍ରାମ ଏକ ସମୁଦ୍ର ଉପକୂଳ ଅଞ୍ଚଳ ହେଇଥିବାରୁ ଏଠି ରହିଛି ଏକ ସମୁଦ୍ର ମଝିରେ ଟାପୁ , ଟାପୁ ମଧ୍ୟରେ ପରମାନନ୍ଦ ଡିଆ ନାମରେ ଶ୍ରୀ ବଜରଙ୍ଗୀ ବାଲି ଙ୍କ ମନ୍ଦିର ଦୀର୍ଘ କୋଡିଏ ବର୍ଷ ହେବ ପୂଜା ପାଇ ଆସୁଅଛି l ପରମାନନ୍ଦ ଡିଆ ଶ୍ରୀ ବଜରଙ୍ଗୀ ଙ୍କ ଦର୍ଶନ ପାଇଁ ଯିବାକୁ ହେଲେ ଡ଼ଙ୍ଗା ପାରିହବାକୁ ପଡିଥାଏ , ଏଠି ସ୍ଥାନୀୟ ଲୋକେ ବିଭିନ୍ନ ପୂଜା ପର୍ବ ର ଆୟୋଜନ କରିଥାନ୍ତି ପୂଜା ପର୍ବରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିବା ସହିତ ବିଭିନ୍ନ କୋଣ ଅନୁକୋଣରୁ ପର୍ଯଟକ ମାନଙ୍କ ଭିଡ଼ ଲାଗିଥାଏ l ଏନେଇ ସ୍ଥାନୀୟ ଲୋକେ ଏହାକୁ ପର୍ଯ୍ୟଟନ କ୍ଷେତ୍ର ର ମାନ୍ୟତା ଦେବାକୁ ଗତ 04/05/2022ରିଖ ଦିନ ଜିଲ୍ଲାପାଳ ଙ୍କୁ ଏକ ଲିଖିତ ଆବେଦନ କରିଥିଲେ l ଏନେଇ ଦୀର୍ଘ ଚାରି ମାସ ବିତିଯାଇଥିଲେ ମଧ୍ୟ ଆଜି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ ଏରସମା ବିଡ଼ିଓ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ବେହେରା ଦୁଇ ନମ୍ବର ଜୋନ ର ଜିଲ୍ଲାପରିଷଦ ଶ୍ରୀମତୀ ରାନୀ ଟୁଡୁ,ଆମ୍ବିକି ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ରଞ୍ଜନ କୁମାର ଜେଠି,ପିଏସ ମେମ୍ବର ଧନଞ୍ଜୟ ସାହୁ,ସମାସ ସେଵୀ ଶୁଶାନ୍ତ ମାଇତି,ଜଗନ୍ନାଥ ମାଇତି, ସୂର୍ଯ୍ୟକାନ୍ତ ପ୍ରଧାନ, ପବିତ୍ର ଦାସ, ଗୌରାଙ୍ଗ ପ୍ରଧାନ ପ୍ରମୁଖ କାଙ୍କଣ ପରମାନନ୍ଦ ଡିଆ ଗ୍ରସ୍ତ କରି ତଦାରଖ କରିଥିଲେ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More