ଜଗତସିଂହପୁର ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ପରଲୋକରେ ଶୋକ

24

Get real time updates directly on you device, subscribe now.

ଜଗତସିଂହପୁର( ସଂଘର୍ଷ ମିଡିଆ ): ଜଗତସିଂହପୁର ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ କ୍ଷେତ୍ରବାସୀ ସ୍ୱାଇଁଙ୍କର ଗତ ଅଗଷ୍ଟ ମାସ ୧୪ ତାରିଖରେ ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଅଛି । ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହ ଠାରେ ସ୍ୱର୍ଗତ କ୍ଷେତ୍ରବାସୀ ସ୍ୱାଇଁଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଜିଲ୍ଲା ଷ୍ଟାଫ୍ କମିଟି ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ଶୋକସଭାରେ ଉପସ୍ଥିତ ରହି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସ୍ୱର୍ଗତ ସ୍ୱାଇଁଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ସମସ୍ତଙ୍କ ସହ ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଜିଲ୍ଲାପାଳ କହିଲେ ତାଙ୍କ ବ୍ୟକ୍ତିଗତ ସହାୟକ ସ୍ୱର୍ଗତ କ୍ଷେତ୍ରବାସୀ ସ୍ୱାଇଁ ଜଣେ ଅମାୟିକ,ମିଷ୍ଟଭାଷୀ,ବିଶ୍ୱସ୍ତ ,କର୍ତବ୍ୟ ପରାୟଣ,ସ୍ନେହୀ ଓ ଦରଦୀ ମଣିଷ ଥିଲେ । ଅବସର ନେବା ପରେ ସ୍ୱାଇଁବାବୁ ଅନେକ ଜିଲ୍ଲାପାଳଙ୍କ ନିକଟରେ କାର୍ଯ୍ୟ କରିଛନ୍ତି । ସେ ସବୁବେଳେ କର୍ମଚାରୀ ମାନଙ୍କ ସମସ୍ୟା ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇ ତାହାର ସମାଧାନ କରୁଥିଲେ । ପରିଣତ ବୟସରେ ମଧ୍ୟ କର୍ତବ୍ୟ ପରାୟଣ ଥିଲେ । ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । ଏହି ଶୋକ ସଭାରେ ଅତିରିକ୍ତ ଜିଲ୍ଲ୍‌ାପାଳ ସଚିଦାନନ୍ଦ ସାହୁ,ଉପ-ଜିଲ୍ଲାପାଳ ଧମେନ୍ଦ୍ର ମଲ୍ଲିକ,ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ,ଡେପୁଟୀ କଲେକ୍ଟର,ସହକାରୀ ଜିଲ୍ଲାପାଳ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ରହି ସ୍ୱର୍ଗତ କ୍ଷେତ୍ରବାସୀ ସ୍ୱାଇଁଙ୍କର ସ୍ମୃତି ଚାରଣ କରିଥିଲେ । ଜିଲ୍ଲାପାଳ ଷ୍ଟାଫ୍ କମିଟିର ଉପ ସଭାପତି ନୃସିଂହ ଚରଣ ମଲ୍ଲିକ,ସେକ୍ରେଟାରୀ ପ୍ରଶାନ୍ତ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More