ଜଗତସିଂହପୁର ଜିଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨ ଅନୁଷ୍ଠିତ

16

Get real time updates directly on you device, subscribe now.

ଜଗତସିଂହପୁର (ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-2022 ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ରାଜ୍ୟଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲା ଶିକ୍ଷା ଅଧିକାରୀ ନିରଂଜନ ବେହେରା ଯୋଗଦେଇ କହିଥିଲେ ଛାତ୍ର ଛାତ୍ରୀ ମାନେ ଖୁସି ମନରେ ସକାରାତ୍ମକ ଚିନ୍ତାଧାରା ନେଇ ଆଗେଇଲେ ଭବିଷ୍ୟତରେ ଜଣେ ଉତ୍ତମ ନାଗରିକ ହୋଇ ପାରିବେ।ନିଜକୁ କେବେ ଛୋଟ ଭାବିବେ ନାହିଁ।ଶିକ୍ଷକ, ଶିକ୍ଷୟତ୍ରୀଙ୍କର ନୀତି ଆଦର୍ଶ ପିଲାମାନଙ୍କ ଉତ୍ତମ ନାଗରିକ ଭାବେ ଗଢିବାରେ ପ୍ରମୂଖ ଭୂମିକା ଗ୍ରହଣ କରିଥାନ୍ତି ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ପରେସ ପାତ୍ର କହିଲେ ଶିଶୁ ହସିଲେ ଦୁନିଆ ହସେ।ଶିଶୁ ମହୋଶ୍ଚବ ସୁରଭି ର ଉଦ୍ଦେଶ୍ୟ ହେଉଛି ଶିଶୁ ମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ଲୋକ ଲୋଚନ କୁ ଆଣିବା ଓ ସୁରଭିତ କରାଇବା।ସମ୍ମାନିତ ଅତିଥି ଭାବେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ କହିଲେ ଜଗତସିଂହପୁର ଏକ କଳା, ସାହିତ୍ୟ ଓ ସଂସ୍କୃତିର ଜିଲା।ଏହି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ମହାମନିଷ ମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଜିଲା ସମଗ୍ର ଶିକ୍ଷା ବିଭାଗର ସିନିୟର ଟେକିନିକାଲ ଶୁଭେନ୍ଦୁ କୁମାର ବରାଳ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଉଶ୍ଚବରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଜିଲାର ବିଭିନ୍ନ ବିଦ୍ୟାଳୟରୁ 136ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More