ଜଗତସିଂହପୁର(ସଂଘର୍ଷ ମିଡିଆ) : -ତ୍ୟାଗ ଓ ବଳିଦାନର75ବର୍ଷ ପୂର୍ତ୍ତି ତଥା ସ୍ବାଧୀନତାର ଅମୃତ ମହୋଶ୍ଚବ ପାଳନ ଉପଲକ୍ଷେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ବାଧୀନତାର ଗୌରବ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଙ୍କ ନେତୃତ୍ୱରେ ଆୟୋଜିତ ପଦଯାତ୍ରା ରେ ଜଗତସିଂହପୁର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ,ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଜଗତସିଂହପୁର ପୋୖରାଧକ୍ଷା ଅର୍ଚ୍ଚନା ସିଂହ,ପୂର୍ବତନ ପୋୖରାଧକ୍ଷ ବିପ୍ଳବ ଚୌଧୁରୀ, ଜିଲ୍ଲା ଯୁବକଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ,ନଗର କଂଗ୍ରେସ ସଭାପତି ଅଭୟ ମହାନ୍ତି, ଜଗତସିଂହପୁର ବ୍ଳକ କଂଗ୍ରେସ ସଭାପତି ଅଦ୍ୱୈତ ଚରଣ ଜେନା ଯୋଗଦେଇ ବଳରାମ ପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ପଦଯାତ୍ରାରେ ବାହାରି ପଂଚାୟତ ପରିକ୍ରମା କରି କାଦୁଅପଡା, ମୁଦୁପୁର ପଂଚାୟତ ବିଭିନ୍ନ ଗ୍ରାମରେ ପଦଯାତ୍ରା ରେ ପରିକ୍ରମା କରି ଜନ ସମ୍ପର୍କ ବୃଦ୍ଧି ଲାଗି ଗୁରୁତ୍ୱ ଦେବା ସହ କଂଗ୍ରେସ ଦଳର ସଂଗଠନ କିପରି ଆଗକୁ ଅଧିକ ଶକ୍ତିଶାଳୀ ସେନେଇ ଗୁରୁତ୍ୱାରୋପ କରି ପଦଯାତ୍ରା ପରିକ୍ରମା ହୋଇ ଥିଲା।ଏହି ପଦଯାତ୍ରାରେ କଂଗ୍ରେସ ନେତ୍ରୀ ପ୍ରତିମା ମଲ୍ଲିକ ମାନସୀ ନନ୍ଦ, ସରପଞ୍ଚ ଅଞ୍ଜନକୁମାର ସାମଲ, ପ୍ରମୋଦ ସାହୂ, ସୁନୀଲ ମାଟିଆ, ସ୍ମୃତି ରଂଜନ ଜେନା, ପବନି ଭୋଇ, ପପୁ ରାୟ, ସମିତି ସଭ୍ୟ ଲକ୍ଷ୍ମୀ ପ୍ରିୟା ମଲ୍ଲିକ, ଲିପକ ସାହୂ, ତୋଫା ଆର ବେଗମ, ଦିପ୍ତୀ ରଂଜନ ତାରେଣୀଆ,ରଜନୀ ଚୌଧୁରୀ,ନାରାୟଣ କାନୁନଗୋ ପ୍ରମୂଖ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।