ଜଗତସିଂହପୁର ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବୃକ୍ଷ ରୋପଣ

36

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲା ଆଇନସେବା ପ୍ରାଧିକରଣ ଓ ବନ ବିଭାଗ ର ମିଳିତ ଆନୁକୂଲ୍ୟରେ ନାଲିବର ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ କୁ ଜିଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲା ଓ ଦୌରାଜଜ ଆନନ୍ଦ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫ୍ୟାମିଲି କୋର୍ଟ ଜଜ ଜୀବନଜ୍ୟୋତି ରଥ, ସଚିବ ଜିଲା ଆଇନସେବା ପ୍ରାଧିକରଣ ସୁନନ୍ଦା ପାଢ଼ୀ,ସବଜଜ (ଏଲ ଆର) ଅଭୟ କୁମାର ଦାସ, ରେଜିଷ୍ଟାର ସିଭିଲ କୋର୍ଟ ସୁଦୀପା ପାତ୍ର, ମୁନସଫ ବିଷ୍ଣୁ ପ୍ରସାଦ ଦେବତା, ଜେଏମଏଫସି ଝିଲ୍ଲୀଲିନା ନାୟକ, ଫରେଷ୍ଟ ରେଞ୍ଜ ଅଧିକାରୀ ବଳରାମ ସାହୂ, ଫରେଷ୍ଟର ସୁକାନ୍ତ ବେହେରା, ବାନାମ୍ବର ବିଶ୍ଵାଳ, ବିଜୟିନୀ ବିଶ୍ଵାଳ, ନାଲିବର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉଲ୍ଲାସ ଚନ୍ଦ୍ର ନାୟକ,ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ,ଆଇନଜୀବି,ପାରାଲିଗଲ ସ୍ବେଛାସେବୀ ଗଣ ଓ କୋର୍ଟ କର୍ମକର୍ତ୍ତା ଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More