ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟଳୟ ପଡ଼ିଆରେ ହସ୍ତତନ୍ତ ମେଳା ଅନୁଷ୍ଠିତ

33

Get real time updates directly on you device, subscribe now.

  • ଜଗତସିଂହପୁର(ସଂଘର୍ଷ ମିଡିଆ ) : :- ଜଗତସିଂହପୁର ଜିଲ୍ଲା ସଦର ମହକୁମାରେ ପ୍ରଥମ କରି ଜିଲ୍ଲା ହସ୍ତତନ୍ତ ମେଳା ଆରମ୍ଭ ହୋଇଯାଇଛି। କେନ୍ଦ୍ର ହସ୍ତତନ୍ତ ମନ୍ତ୍ରାଳୟ ଓ ବୟନିକା ର ମିଳିତ ଆନୁକୂଲ୍ୟରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ଏହି ହସ୍ତତନ୍ତ ମେଳା ଉଦଘାଟିତ ହୋଇଯାଇଛି। ବୟନିକା ପରିଚାଳନା ନିର୍ଦେଶକ ଶ୍ୟାମଭକ୍ତ ମିଶ୍ର ଏବଂ ଜିଲ୍ଲାପାଳ ପାରୁଲ ପଟୱାରୀ ଉଦଘାଟନ କରିଛନ୍ତି। ଜୁନ ୬ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରୁ ୩୦ଟି ବୁଣାକାର ଓ ବ୍ୟବସାୟୀ ସାମିଲ ହୋଇଛନ୍ତି। ସବୁ ବର୍ଗକୁ ସୁହାଇବା ଭଳି ବିଭିନ୍ନ ଉଚ୍ଚ ମାନର ଶାଢ଼ୀ,ଡ୍ରେସ ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରଦର୍ଶନ କରାଯାଇଛି। ତେବେ ଏହି ମେଳାକୁ ସମସ୍ତେ ଆସି ବୁଣାକାର ମାନଙ୍କୁ ଉତ୍ସାହିତ ଏବଂ ପ୍ରୋତ୍ସାହିତ କରିବା ପାଇଁ ନିବେଦନ କରିଛନ୍ତି ଜିଲ୍ଲାପାଳ ଓ ବୟନିକା ପରିଚାଳନା ନିର୍ଦ୍ଦେଶକ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More