ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଆସ୍ୱସ୍ତି ଫାଉଣ୍ଡେସନ କଟକ ପକ୍ଷରୁ ଆଜି ଜଗତସିଂହପୁର ଜିଲା ଆରକ୍ଷୀ ଅଧିକ୍ଷକ ଆଖିଳେଶ୍ୱର ସିଂ ଙ୍କୁ ସମ୍ବର୍ଦ୍ଧନା ଦେବା ସହିତ ତାଙ୍କ ହାତରେ ପବିତ୍ର ରାଖୀ ବାନ୍ଧି ଥିଲେ।ଆଶ୍ୱସ୍ତି ଫାଉଣ୍ଡେସନ ର ରାଜ୍ୟ ସମ୍ପାଦିକା ବିଜୟଲକ୍ଷ୍ମୀ ମହାପାତ୍ର ଓ ଅନୁଷ୍ଠାନର କର୍ମକର୍ତାମାନେ ଜଗତସିଂହପୁର ଜିଲା ଏସପିଙ୍କ କାର୍ଯ୍ୟାଳୟକୁ ଆସି ଏସପି ଆଖିଳେଶ୍ୱର ସିଂଙ୍କୁ ପାରମ୍ପରିକ ରୀତିନୀତି ଅନୁଯାୟୀ ରାଖୀ ବାନ୍ଧିବା ସହିତ ଉତ୍ତରିୟ ପୁଷ୍ପଗୁଚ୍ଛ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧିତ କରି ତାଙ୍କର ଉତ୍ତରତର କାମନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଲିଗାଲ କାଉନସିଲର ପ୍ରିୟଙ୍କା ସିଂ, ରାଜ୍ୟ ଉପଦେଷ୍ଟା ଗୌତମ ସାହୂ, ଜଗତସିଂହପୁର ଜିଲ୍ଲା ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଜିଲା ସଂଯୋଜକ ସୁରେଶ ଚନ୍ଦ୍ର ସ୍ୱାଇଁ, ଜିଲା ଲିଗାଲ କାଉନସିଲର ଅନ୍ନପୂର୍ଣ୍ଣା ସାହୂ ପ୍ରମୂଖ ଯୋଗଦେଇ ଥିଲେ।ତେବେ ଜିଲାରେ ଆଗାମୀ ଦିନରେ ଅନାଥ, ଅସହାୟ, ନିରାଶ୍ରୟ ମାନଙ୍କ ସେବା କରିବା ପାଈଁ ଆଶ୍ୱସ୍ତି ଫାଉଣ୍ଡେସନ ତାରସଂଗ୍ରାମ ଜାରି ରଖିବ ବୋଲି ରାଜ୍ୟ ସମ୍ପାଦିକା ବିଜୟଲକ୍ଷ୍ମୀ ମହାପାତ୍ର କହିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।