ଜଗତସିଂହପୁର(ସଂଘର୍ଷ ମିଡିଆ ) : – ଜଗତସିଂହପୁର ସଦର ମହକୁମାର ବଡ଼ ବଜାର ଠାରେ ଥିବା ଶ୍ରୀ କୃଷ୍ଣ ଏକାଡେ଼ମୀ ସରକାରୀ ହାଇସ୍କୁଲ ମୋ ସ୍କୁଲ ଅଭିଯାନ ବୈଠକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ନାଇଜର କୁଳ ସଚିବ ଡଃ. ଅଭୟ କୁମାର ନାୟକ ଯୋଗଦେଇ ଥିଲେ । ଶ୍ରୀଯୁକ୍ତ ଏହି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିଛନ୍ତି । ସ୍କୁଲ ପରିସର ମଧ୍ୟରେ ମୋ ସ୍କୁଲ ଅଭିଯାନ ଓ ଆଲୁମୁନି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗମୀ ଦିନରେ ସ୍କୁଲର ବିଭିନ୍ନ ଉର୍ଣ୍ଣତି ମୂଳକ କାର୍ଯ୍ୟ କରାଯିବା ସହ ସ୍ମାର୍ଟ କ୍ଳାସ ରୁମ, ଲାଇବ୍ରେରୀ ଆଦି ନିର୍ମାଣ ପାଇଁ 45 ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମାଣ କରାଯିବ ବୋଲି ନାଇଜର କୁଳ ସଚିବ ଡଃ ଅଭୟ କୁମାର ନାୟକ ପ୍ରକାଶ କରିଛନ୍ତି । ଏଥି ନିମନ୍ତେ ଏକ ସବ କମିଟି ଗଠନ କରାଯାଇଛି।ସେମାନେ ଟେକନିକାଲ ଟିମ ଙ୍କ ସହିତ ଆଲୋଚନ କରି ଗାନ୍ଧୀ ଜୟନ୍ତୀ ରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ନିମନ୍ତେ ଚେଷ୍ଟା କରିବେ।ଏହି ବୈଠକରେ ଆଲୁମୁନି ସଭାପତି ସଲିଲ ଘୋଷ ଯୋଗଦେଇ କହିଥିଲେ ବିଦ୍ୟାଳୟ ର ବିକାଶ ନିମନ୍ତେ ରାଜ୍ୟ ସରକାର ଠିକ ସମୟରେ ଅର୍ଥ ଯୋଗାଇ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇଭ ଟି ସଚିବ, ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ରଙ୍କୁ କୃତଜ୍ଞତା ଜଣାଇଥିଲେ।ଏହି ବୈଠକରେ ମୋ ସ୍କୁଲ ଅଭିଯାନ ର ସମସ୍ତ ସଦସ୍ୟ ଓ ପୁରାତନ ଛାତ୍ର,ଏବଂ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ର ବିକାଶ ପାଇଁ ଖୁବଶୀଘ୍ର ଏହି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମତ ପ୍ରକାଶ ପାଇଥିଲା। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।