ଜଗତସିଂହପୁର(ସଂଘର୍ଷ ମିଡିଆ ): -ଜଗତସିଂହପୁର ଜିଲା ସମତେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିରାଶ୍ରୟ, ଅସହାୟ ମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇବେଶ ସୁନାମ ଅର୍ଜନ କରିଛି।ତେବେ ଆଜି ଜଣେ ଜଗତସିଂହପୁର ବ୍ଳକ ଅଧୀନ ଜଂକୋଟି ଗ୍ରାମରେ ଜଣେ ଛାତ୍ରକୁ ସହାୟତା କରି ନିଜ ଅନୁଷ୍ଠାନ ର ବଦାନ୍ୟତା ଦେଖାଇଛନ୍ତି।ସୂଚନାରୁ ପ୍ରକାଶ ଯେ ଜଂକୋଟି ଗ୍ରାମର ଜଣେ ବାପା ମାଆ ଛେଉଣ୍ଡ ପିଲାର ପଢ଼ିବାର ଇଚ୍ଛା ଅଛି କିନ୍ତୁ ଅର୍ଥ ଅଭାବରୁ ସେ ପାଠ ପଢି ପାରୁନଥିବା ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ପରେ ଉକ୍ତ ଛାତ୍ରକୁ ସହାୟତା ପାଇଁ ଆଗେଇ ଆସିଥିଲେ ଏକେଏସ ସାମାଜିକ ଅନୁଷ୍ଠାନ। ଆଜି ଅନୁଷ୍ଠାନ ର ପ୍ରତିଷ୍ଠାତା ଶୁଭ୍ରଜିତ ମହାନ୍ତି ଓ ସ୍ବେଛାସେବୀ ସୌମ୍ୟ ମହାନ୍ତି ଜଂକୋଟି ଗ୍ରାମକୁ ଯାଇ ଉକ୍ତ ଛାତ୍ର ବିଶ୍ୱଜିତ ପାତ୍ରକୁ ଭେଟି ତାଙ୍କୁ ପାଠପଢିବା ପାଈଁ ବହି, ଖାତା ସମେତ ସମସ୍ତ ପାଠ୍ୟ ଉପକରଣ, ଛତା, ରେନି କୋଟ ଓ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ।ଏପରି ବିଶ୍ୱଜିତଙ୍କ ସମସ୍ତ ପାଠପଢା ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।ସ୍ୱାଧୀନତା ଦିବସ ଅବସର ଅନୁଷ୍ଠାନ ପକ୍ଷରୁ ଏକେଏସ ପାଠ ଶାଳା ନାମରେ ଏକ ଅଭିନବ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।