ଜଗତସିଂହପୁରରେ ୬୩ ତମ ଓଡିଶା ପୋଲିସ ସହିଦ ସ୍ମୃତି ଦିବସ ପାଳିତ

15

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲ୍ଲା ସଦର ବ୍ଲକର ପୁନଙ୍ଗସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ 63 ତମ ଓଡିଶା ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂହ ଯୋଗଦେଇ ସହିଦ ସ୍ମୃତି ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଅଞ୍ଜଳି ଅର୍ପଣ କରିବା ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା ପଠନ କରିଥିଲେ । ଏହି ଅବସରରେ ସହିଦଙ୍କ ପରିବାରକୁ ସମ୍ବର୍ଦ୍ଧିତ କରିବା ସହ ସହିଦମାନଙ୍କ ସ୍ମୃତିଚାରଣ କରିଥିଲେ । ଏହି ସ୍ମୃତି ଦିବସରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀମାନେ ଓ କର୍ମଚାରୀମାନେ ଯୋଗଦେଇଥିଲେ ।ଦେଶ ପାଇଁ ବଳିଦାନ ଦେଇ ଥିବା ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାଥନା କରାଯାଇଥିଲା।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More