ଜଗତସିଂହପୁରରେ ଜେନେରିକ ଆଧାର ମେଡ଼ିସିନ କେନ୍ଦ୍ର ଉଦଘାଟିତ

15

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ହାଟବଜାର ରୋଡ଼ର ପାଣିଶାଳୀଆ ଠାରେ ଜେନେରିକ ଆଧାର କମ୍ପାନିର ଫ୍ରାଞ୍ଚାଇଜ କାମିନୀ କଳ୍ପତରୁ ମେଡ଼ିସିନ ଷ୍ଟୋର ଉଦଘାଟିତ ହୋଇଯାଇଛି। ସ୍ବର୍ଗତ କଳ୍ପତରୁ ବିଶ୍ୱାଳଙ୍କ ନାତି ଭାରତ ଭୂଷଣ ବିଶ୍ୱାଳଙ୍କ ଦ୍ଵାରା ପରିଚାଳିତ ହେଉଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଡକ୍ଟର ଶ୍ରୀକାନ୍ତ ସ୍ବାଇଁ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।ଉକ୍ତ ସଂସ୍ଥାର ମୂଳ ଲକ୍ଷ୍ୟ ସାଧାରଣତଃ ଗରିବ, ମଧ୍ୟବିତ୍ତ ଏବଂ ସମସ୍ତ ବର୍ଗର ଜନ ସାଧାରଣଙ୍କ ପାଇଁ ଅତି ଉତ୍ତମ ସୁଲଭ ମୂଲ୍ୟରେ ବିଭିନ୍ନ ରୋଗ ପାଇଁ ଔଷଧ ଯୋଗାଇ ଦେବା ଏହାର ଲକ୍ଷ୍ୟ। ଏହି ଉତ୍ସବରେ ସଂସ୍ଥାର ସିଈଓ ଅର୍ଜୁନ ଦେଶପାଣ୍ଡେ, ଓ ଅନ୍ୟାନ୍ୟ କର୍ମକର୍ତ୍ତା ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର କୈଳାସ ଚନ୍ଦ୍ର ପାଲ, ବରିଷ୍ଠ ବିଜେଡ଼ି ନେତା ତଥା ସମାଜସେବୀ ଦିପ୍ତୀ ଦାସ, ରାମଚନ୍ଦ୍ର ବିଶ୍ୱାଳ, ଅମ୍ବିକା ପ୍ରସାଦ ମହାନ୍ତି, ପଦ୍ମଲୋଚନ ପଢିହାରୀ, ପ୍ରମୂଖ ଉପସ୍ଥିତ ଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More