ଛେଳିଗଡ ପ୍ରକଳ୍ପ କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀ ସଂଘ ତରଫରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

229

Get real time updates directly on you device, subscribe now.

ଗଜପତି (ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ ଛେଳିଗଡ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ କ୍ଷତି ସହିବାକୁ ଥିବା ଭାଗଚାଷୀ, କ୍ଷୁଦ୍ର ବ୍ୟବସାୟୀ ତଥା ଉଠାଦୋକାନୀ, ଦିନମଜୁରିଆ, ପଶୁପାଳନ ଓ ବ୍ୟବସାୟୀ ଆର, ଗଜପତି ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ନିର୍ମାଣ ହେଉଥିବା ଛେଳିଗଡ ଜଳ ପ୍ରକଳ୍ପ ଏକ ଜନହିତକର ପଦକ୍ଷେପ । ପ୍ରକଳ୍ପର ବିସ୍ଥାପିତ ପରିବାର ନିଜ ନିଜ ବାସଗୃହ ଏବଂ ଚାଷଜମି ନିମନ୍ତେ ଉପଯୁକ୍ତ କ୍ଷତିପୂରଣ ଭରଣା ପାଇ ନୂତନ ସ୍ଥାନରେ ଥଇଥାନ ହୋଇଛନ୍ତି । ହେଲେ ଛେଳିଗଡର ଦିନମଜୁରିଆ, ଭାଗଚାଷୀ, ବ୍ୟବସାୟୀଙ୍କ ନିମନ୍ତେ ବତ୍ତମାନ ସୁଦ୍ଧା ଜୀବନଜୀବିକା ପରିଚାଳନା ନିମନ୍ତେ କୌଣସି ପଦକ୍ଷେପ ନିଆଯାଇନାହିଁ । ଏହି ପ୍ରକଳ୍ପ ଦ୍ବାରା ଉଠାଦୋକାନୀ ତଥା ଅସ୍ଥାୟୀ ବ୍ୟବସାୟୀ କ୍ଷତି ସହିବେ । ପ୍ରକଳ୍ପରେ ଛେଳିଗଡ ଅଞ୍ଚଳର ପ୍ରାୟ ୧୨୦ ହେକ୍ଟର ଚାଷଜମି, ଗୋଚର ଜମି ଜଳମଗ୍ନ ହେବ ସହ ୧୨୦୦ରୁ ଉଦ୍ଧ୍ବ ପରିବାର ବିସ୍ଥାପିତ ହେବେ ଗ୍ରାମର କିଛି ଗ୍ରାମବାସୀ, ଭାଗଚାଷୀ, ଦିନମଜୁରିଆ, ପଶୁପାଳନ ଓ ବ୍ୟବସାୟ ପରୋକ୍ଷରେ କ୍ଷତିଗ୍ରସ୍ତ ହେବା ସହ ଜୀବନ ଜୀବିକା ହରାଇବେ ବୋଲି ଦାବିପତ୍ର ଗଜପତି ଜିଲ୍ଲା ପାଳ ଙ୍କୁ ପ୍ରଦାନ କରିଥିଲେ । ସେମାନଙ୍କୁ ସହାୟତା ପ୍ରଦାନ ଲାଗି ନିବେଦନ କରିଛନ୍ତି ।ଯଦି ଆଗାମୀ ଦିନରେ ଦାବି ପୂରଣ ନ ହେଲେ ଆନ୍ଦୋଳନ ତିବ୍ରତର ହେବ ବୋଲି କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More