ଛୁରୀ ମାଡରେ ଜଣେ ଆହତ

16

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) :- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ମହକୁମା ବସ ଷ୍ଟାଣ୍ଡ ନିକଟରେ ଛୁରା ମାଡରେ ଜଣେ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଆଜି ରାତି ପ୍ରାୟ ନଅ ଘଣ୍ଟା ସମୟରେ ବସ ଷ୍ଟାଣ୍ଡ ନିକଟରେ ପ୍ରେମ ଗୁପ୍ତା ନିଜ ଦୋକାନରେ ଥିଲେ। ଏଥି ସମୟରେ ଦୁଇଜଣ ଯୁବକ ଦୋକାନ ଭିତରକୁ ପଶିଗଲେ। ଗତକାଲି ଅପରାହ୍ନରେ ସେହି ଦୁଇ ଜଣ ପ୍ରେମ ଓ ତାଙ୍କ ପୁଅ କାହ୍ନା ସହ ଗଣ୍ଡଗୋକ କରି ମୁହଁରେ ଖଣ୍ଡିଆ କରିଦେଇ ଥିଲେ।ଗଣ୍ଡଗୋଳ କରିଥିବା ନେଇ ପ୍ରେମ ଡାବୁଗାଁ ଥାନାରେ ଲିଖିତ ଅଭିଜୋଗ ଦେଇ ଥିଲେ। ଅପରାହ୍ନରେ ଗଣ୍ଡଗୋଳ କରି ପୁନ୍ନର୍ବାର ରାତ୍ରରେ ଦୋକାନରେ ପଶିବାକୁ ବାରଣ କରିବାରୁ ପ୍ରେମଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ। ପୋଲିସ ଖବର ପାଇ ଆହତ ବ୍ୟକ୍ତିକୁ ଡାକ୍ତରଖାନା କୁ ନେଇଥିଲେ। ଏହି ଘଟଣାରେ ପୋଲିସ ଜଣକୁ ଅଟକ ରଖିଥିବା ବେଳେ ଆର ଜଣକ ଫେରାର ଥିବା ଦେଖାଜାଇଛି।ଦୋଷି ବିରୁଧରେ ଦୃଷ୍ଟାନ୍ତ ମୁଳକ କାର୍ଜ୍ୟାନୁଷ୍ଟାନ ଗ୍ରହଣ କରାଗଲେ ,ଆଗାମି ଦିନରେ ଜେଭଳି ପୁନରାବୃତି ନହୁଏ ସେ ନେଇ ଡାବୁଗାଁ ବୁଧିଜିବି ମହଲରେ ଦାବୀ ହେଉଛି। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More