ଛାତ ଉପରୁ ଖସିପଡ଼ି ମହିଳା ଗୁରୁତର

15

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ କାଉଡୋଲା ଗ୍ରାମର ଜଣେ ମହିଳା ମଙ୍ଗଳବାର ସକାଳେ ନିଜ ଘର ଛାତ ଉପରେ ପାଣି ଦେଉଥିବାବେଳେ ଖସିପଡି ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ମହିଳା ହେଲେ ୱାର୍ଡ ନମ୍ବର ୨ ର ବୈଦନାଥ ନାଏକଙ୍କ ସ୍ତ୍ରୀ ଜୟନ୍ତୀ ନାଏକ। ସୂଚନା ଅନୁସାରେ, ବୈଦ୍ୟନାଥ ଙ୍କୁ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର ର ସ୍ଳାପ ରବିବାର ଦିନ ପଡ଼ିଥିଲା। ତେବେ ବୈଦ୍ୟନାଥ ଙ୍କ ସ୍ତ୍ରୀ ଜୟନ୍ତୀ ମଙ୍ଗଳବାର ସକାଳେ ଘର ଛାତ ଉପରେ ପାଣି ଦେଉଥିବାବେଳେ କୈାଣସି କାରଣରୁ ଅସାବଧାନ ହୋଇ ଛାତ ଉପରୁ ଖସିପଡି ଗୁରୁତର ହେଇଥିଲେ। ଅନ୍ୟପଟେ ଆମ୍ବୁଲାନ୍ସ କୁ ଖବର ଦେବାରୁ ଉପଲବ୍ଧ ନ ଥିବାରୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଏକ ଘରୋଇ ଗାଡ଼ି ଯୋଗେ ଜୟନ୍ତୀ ଙ୍କୁ ପ୍ରଥମେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା କୁ ସ୍ଥାନାନ୍ତର କରିଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲା କୋକସରାବ୍ଲକ ରୁ ପୁରୁଷୋତ୍ତମ ସିଂହ ରାଜପୁତ ଙ୍କସହ ନାରାୟଣ ପ୍ରସାଦ ନାଏକ ଙ୍କ ରିପୋର୍ଟ ସଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More