ଛାଡ଼ଖାଇ ନରସିଂହପୁର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା, ମେଲୋଡି ସନ୍ଧ୍ୟାରେ ଝୁମିଲେ ଦର୍ଶକ

15

Get real time updates directly on you device, subscribe now.

ନରସିଂହପୁର(ସଂଘର୍ଷ ମିଡିଆ ):- ବୁଧବାର ନରସିଂହପୁରରେ ଐତିହାସିକ ଛାଡଖାଇ ମହୋତ୍ସବ ବୁଧବାର ଉଦଘାଟନ ହୋଇଥିବା ବେଳେ ଗୁରୁବାର ଦ୍ୱିତୀୟ ସନ୍ଧ୍ୟାରେ ମେଲୋଡି ଓ ରାମଳିଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେବେ ଏହି ସଭାରେ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ.ସତ୍ୟବ୍ରତ ଛୋଟରାୟ ମୁଖ୍ୟ ଅତିଥି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଦେଇଥିଲେ ଏ. ଏସ୍.ପି ଶ୍ରୀଯୁକ୍ତ କୃଷ୍ଣପ୍ରସାଦ ପଟ୍ଟନାୟକ, ସମ୍ମାନୀୟ ଅତିଥି ପାଇକପଡାପାଟଣା ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଗୟାଧର ସାହୁ ,ନିଜିଗଡ ପଞ୍ଚାୟତ ସମିତିସଭ୍ୟା ଶ୍ରୀମତୀ ଲିଲି ମହାପାତ୍ର,ନରସିଂହପୁର ଓକିଲ ସଂଘ ସଭାପତି ଶ୍ରୀଯୁକ୍ତ ନିର୍ମଳେନ୍ଦୁ ମିଶ୍ର ନରସିଂହପୁର ବାର ଆସୋସିଏସନ ଯୋଗଦାନ କରିଥିଲେ। ନରସିଂହପୁରର ଏହି ଐତିହ ସମ୍ପୂର୍ଣ୍ଣ ମହୋତ୍ସବକୁ ଆଗାମୀ ଦିନରେ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଏଠାରେ ପରିବେଶଣ କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ଦେବଦତ୍ତ ମଳୟ କୁମାର ବରାଳ ମଞ୍ଚ ପରିଚାଳନା କରିଥିଲେ। ସେହିପରି ଅପରାହ୍ନ ୨ଟା ସମୟରେ ପ୍ରତିମା ସାହୁ ଏବଂ ସଂଯୁକ୍ତା ରଣାଙ୍କ ଦ୍ଵାରା ପାଲା ପରିବେଷଣ,ପରେ ସନ୍ଧ୍ୟା ପାଞ୍ଚଟା ସମୟରେ ନୃତ୍ୟଞଳି ଡ୍ୟାନ୍ସ ଗ୍ରୁପ ଦ୍ଵାରା ନୃତ୍ୟ ପରିବେଷଣ, ରାତ୍ର ଆଠଟାରେ ଗୀତ ଗୁଞ୍ଜନ ମେଲୋଡି କଟକ ଦ୍ୱାରା ମେଲୋଡି ଓ ବିଳମ୍ବିତ ରାତ୍ର ୧୧ଘଣ୍ଟିକାରେ ରାମଲୀଳା ଅନୁଷ୍ଠିତ ହୋଇଥିଲା । ଦ୍ଵିତୀୟ ଦିବସ ରେ ନରସିଂହପୁର ଆଖପାଖ ଅଞ୍ଚଳର ହଜାର ହଜାର ଦର୍ଶକଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା। ସୁସ୍ୱାଦୁ ଖାଦ୍ୟ ସହ ଛୋଟ ଛୁଆଙ୍କ ପାଇଁ ଦୋଳି ଆଦି ମେଳାକୁ ଆକୃଷ୍ଟ କରୁଛି। ନରସିଂହପୁରରୁ ପ୍ରଦୀପ ଦଳବେହେରାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More