ଛତ୍ରପୁର ପୂର୍ବତଟ ରେଲୱେ ତରଫରୁ ରେଳସୁରକ୍ଷା ଓ କରୋନା ସଚେତନତା କାର୍ଯ୍ୟକ୍ରମ

13

Get real time updates directly on you device, subscribe now.

ଗଞ୍ଜାମ(ସଂଘର୍ଷ ନ୍ୟୁଜ୍): ଗଞ୍ଜାମ ବ୍ଳକ ଅନ୍ତର୍ଗତ କାଇଞ୍ଚପୁର ପଞ୍ଚାୟତ ସ୍କୁଲ ପରିସରରେ ଛତ୍ରପୁର ଆରପିଏଫ୍ ତରଫରୁ ଏକ ରେଳ ସୁରକ୍ଷା ଓ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରେଳଲାଇନ ପାର୍ଶ୍ୱରେ ଥିବା ଗ୍ରାମ ଗୁଡିକରେ ଆଜି ଠାରୁ ଆରମ୍ଭ ହୋଇ ତିରିଶ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସଚେତନତା କାର୍ଯ୍ୟକ୍ରମରେ କାଇଞ୍ଚପୁର ପଞ୍ଚାୟତରେ ସ୍ଥାନୀୟ ସରପଞ୍ଚ ଜି.ସନ୍ତୋଷ ରେଡି ଯୋଗଦେଇ ସଚେତନତା କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ରେଳବିଭାଗର ଏଭଳି ନିୟାର ପ୍ରୟାସ ଦ୍ୱାରା ଲୋକମାନେ ସଚେତନ ହୋଇପାରିବେ ବୋଲି କହିଥିଲେ । ଆରପିଏଫ୍ -ଏସ.ଆଇ -ଏଲ.ବି.ସିଂ , ଏ.ଏସ.ଆଇ-ଏସ.ଏ. ପାତ୍ର ଯୋଗଦେଇ ରେଳବିଭାଗ ତରଫରୁ ଲୋକଙ୍କ ଜରୁରି କାଳୀନ ସହାୟତା ପାଇଁ ୧୮୨ ନମ୍ବରକୁ ଡାଇଲ କଲେ ସମସ୍ତ ପ୍ରକାର ସହଯୋଗ ମିଳିପାରିବ କହିଥିଲେ । ରେଳଲାଇନ ପାର୍ଶରେ ଝାଡା ନ ଫେରିବା, ରେଳଲାଇନ କ୍ରସ କରିବା ସମୟ ବ୍ୟବହାରରେ ସିଗ୍ନାଲ ଦେଖିବା, ବର୍ତ୍ତମାନ ଗାଡିର ବେଗ ପୂର୍ଵ ଅପେକ୍ଷା ଅଧିକ ବୃଦ୍ଧି ପାଇବ ସେଥିପାଇଁ ଚଢ଼ିବା ଓ ଓଲ୍ଲାହଥିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି କହିଥିଲେ । ଟ୍ରେନରେ ଯାତ୍ରା କରିବା ସମୟରେ ମାସ୍କ ବ୍ୟବହାର ନ କଲେ ଫାଇନ ପଡିବ ବୋଲି କହିବା ସହ ସମଦୁରତା ଅବଲମ୍ବନ ପାଳନ ପାଇଁ କହିଥିଲେ । ଏହାକୁ କନେଷ୍ଟବଳ ହେଚ.ଏସ.ପଟ୍ଟନାୟକ, ପି.କେ.ନାୟକ ପରିଚାଳନା କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ମହିଳା ସଂଘ, ଅଙ୍ଗନବାଡି, ଆଶା, ଯୋଗଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More