ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

34

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ବଡ଼ଦାଣ୍ଡ ସ୍ଥିତ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ହବିଷ୍ୟାଳୀଙ୍କ ଦର୍ଶନ ଉପରେ ଅଧିକ ଗୁରୁତ୍ଵ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି, ବାଳଭୋଗ ଓ ଠିକ୍ ସମୟରେ କିଭଳି ଭକ୍ତମାନେ ମହାପ୍ରସାଦ ପାଇପାରିବେ, କାର୍ତ୍ତିକ ମାସର ଶେଷ ୫ ଦିନରେ ମହାପ୍ରଭୁଙ୍କ ୫ ଟି ସ୍ବତନ୍ତ୍ର ବେଶ ଥିବାରୁ ଏହାକୁ ଶୃଙ୍ଖଳିତ କରିବା ଏବଂ ଭିଡ ନିୟନ୍ତ୍ରଣ ଉପରେ ବୈଠକରେ ଆଲୋଚନା ହୋଇଛି। ତେବେ ମହାପ୍ରଭୁଙ୍କ ଦର୍ଶନ ସମୟରେ କୌଣସି ସ୍ଥାନରେ ଯେଭଳି ଶ୍ରଦ୍ଧାଳୁ ଠିଆ ହୋଇ ରହିବେ ନାହିଁ ସେ ଉପରେ ଗୁରୁତ୍ଵ ଦିଆଯାଇଛି। ସେହିପରି ଆସନ୍ତା ୨୮ ତାରିଖରେ ହେବାକୁ ଥିବା ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି।୨୮ ତାରିଖ ଦିନ ଭୋର ୪.୩୦ ରୁ ୫.୩୦ ମଧ୍ୟରେ ରାଧା ଦାମୋଦର ବେଶ, ସକାଳ ୮ ଟା ରୁ ୮.୩୦ ମଧ୍ୟରେ ବାଳ ଭୋଗ ଓ ଅପରାହ୍ନ ୨ ଟା ରେ ଗ୍ରହଣ ମହାସ୍ନାନ ଶେଷ ହେବ। ସେହିଦିନ ୪ ଟା ୪ ମିନିଟ ୫୫ ସେକେଣ୍ଡରୁ ପାକ ତ୍ୟାଗ ଓ ଦେବ ନୀତି ନିଷିଦ୍ଧ ହେବ। ଆସନ୍ତା ୨୫ ତାରିଖରୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ରାତି ୪ ଟାରେ ଦ୍ଵାର ଫିଟା, ସକାଳ ୬.୩୦ ରୁ ୭.୩୦ ମଧ୍ୟରେ ରାଧା ଦାମୋଦର ବେଶ, ସକାଳ ୧୦ଟା ରୁ ୧୦.୩୦ ମଧ୍ୟରେ ବାଳ ଧୂପ ଶେଷ ହେବ।ତେବେ ଏହି ମାସରେ କେବଳ ହବିଷ୍ୟାଳୀ ନୁହେଁ ଭକ୍ତଙ୍କ ଅସମ୍ଭବ ଭିଡ଼କୁ ଦୃଷ୍ଟିରେ ରଖି ରୋଷ ଘରକୁ ଦର୍ଶନ ପାଇଁ କୌଣସି ଭକ୍ତଙ୍କୁ ଛଡା ଯିବ ନାହିଁ। ହବିଷ୍ୟାଳୀଙ୍କ ସହ ବୃଦ୍ଧ, ବୃଦ୍ଧାଙ୍କ ଦର୍ଶନ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ବୈଠକରେ ଶାଳିନତା ପୂର୍ବକ ପୋଷାକ ପରିଧାନ ଉପରେ ସବୁ ନିଯୋଗ ସହାୟତା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଆଜି ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଛତିଶା ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ପୂର୍ବରୁ ନୀତି ସବ କମିଟି ବୈଠକରେ ଚୂଡାନ୍ତ ହୋଇଥିବା କାର୍ତ୍ତିକ ମାସର ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ଆଜି ମୋହର ମାରିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More