ଛତିଶଗଡ଼ର ରାହୁଲ ସାହୁକୁ ଡାକ୍ତରଖାନାରେ ଦେଖା ହେଲେ ଶ୍ରୀ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ

14

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ ) : ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣାରୁ ଅଶି ଫୁଟ୍ ବୋରୱେଲ ତଳେ ପାଞ୍ଚ ଦିନ ପାଞ୍ଚ ରାତି ଜୀବନ ସହ ସଂଗ୍ରାମ କରି ଓଡ୍ରାଫ୍ଟ ଟିମର ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାର ହେଲା ଛତିଶଗଡ ରାଜ୍ୟର ରାହୁଲ ସାହୁ। ସୂଚନା ଅନୁସାରେ କ୍ଷେତରେ ଥିବା ଭଗ୍ନ ବୋରୱେଲ୍ ମଧ୍ୟକୁ ରାହୁଲ ଖସି ଯାଇଥିଲା । ରାହୁଲର ବାପା ଗର୍ତ୍ତ ମଧ୍ୟରୁ ରାହୁଲର ପାଟି ଶୁଣି ନିର୍ବାକ ହୋଇ ଯାଇଥିଲେ । ଶେଷରେ ଓଡ୍ରାଫ୍ଟ ଟିମର ସହଯୋଗରେ ଉଦ୍ଧାର ହେଲା ରାହୁଲ । ସେ ସାପ ଓ ବେଙ୍ଗ ସହ ବିତାଇଛି ୧୨୦ ଘଣ୍ଟା । ସେ ଜଗତର ନାଥ ଜଗନ୍ନାଥଙ୍କ ଅପାର କରୁଣାରୁ ଉଦ୍ଧାର ହୋଇ ଛତିଶଗଡ ଆପୋଲୋ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ରାହୁଲ ଧୀରେ ଧୀରେ ସୁସ୍ଥ ହେବାକୁ ଯାଉଛି । ଡ଼ାକ୍ତର ଟିମଙ୍କ ଅକ୍ଲାନ୍ତ ପରିଶ୍ରମରେ ରାହୁଲ ସୁସ୍ଥ ହେବାରେ ଲାଗିଛି । ଏହି ଅବସରରେ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଛତିଶଗଡ଼ର ଆପୋଲୋ ହସ୍ପିଟାଲରେ ପହଞ୍ଚି ରାହୁଲକୁ ଦେଖା କରି ତାର ସ୍ୱାସ୍ଥ୍ୟ ଅବସ୍ଥା ଡାକ୍ତରଙ୍କ ଠାରୁ ବୁଖିଛନ୍ତି । ସେ ରାହୁଲ ପାଇଁ ଜଗନ୍ନାଥଙ୍କ ପ୍ରସାଦ ଓ ଠାକୁରଙ୍କ ଉତ୍ତରୀୟ ନେଇ, ରାହୁଲର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ବ୍ୟୁରୋ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More