ଛଅଗୋଟି ପଞ୍ଚାୟତର ୱାଡ଼ସଭ୍ୟ ସଭ୍ୟା ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

93

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ର ଛଅଗୋଟି ଗ୍ରାମପଞ୍ଚାୟତର ୱାଡ଼ସଭ୍ୟ ସଭ୍ୟା ମାନେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରୀ ତାଙ୍କର ଭତ୍ତା ରାଶି ବୃଦ୍ଧି ସହ ସେମାନଙ୍କ ବିଭିନ୍ନ ସମସ୍ୟା ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣିଛନ୍ତି। ଉପଖଣ୍ଡ ସ୍ତରୀୟ ସଭାପତି ଶ୍ରୀଦିଗାମ୍ବର ବେମାଲ, ସମ୍ପାଦକ ପୁରୁଷୋତ୍ତମ ସିଂହ ରାଜପୁତ ସମତେ ସଂଘର କାର୍ଯ୍ୟକର୍ତ୍ତା , ସନ ଯୋଜିକା ଦକ୍ଷସୁତା ନାଏକଙ୍କ ସହସନ ଯୋଜିକା,ହାରାବତୀ ପରାଭଏ, ଜୟନାରାୟଣ ନାଏକ, ଯୁବରାଜ ରୋ ରୋତି, ଚନ୍ଦ୍ର ଶେଖର କର, ପଦ୍ମା ସାହୁ, କେଦାର ସାହୁ, ସୁବାସ ଦାସ,ପ୍ରମୁଖ ଉପସ୍ଥିତ ରହି । ୱାଡ଼ସଭ୍ୟ ସଭ୍ୟା ମାନେ କୁହନ୍ତି ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମକୁ ସଫଳ ରୂପ ଦେବାରେ ତୃଣମୂଳ ସ୍ତରରୁ କାମ କରୁଛନ୍ତି। କିନ୍ତୁ ରାଜ୍ୟ ସରକାର ସେମାନଙ୍କୁ ଅଣଦେଖା କରିଛନ୍ତି। ଜିଲ୍ଲାପରିଷଦ ଠାରୁ ସରପଞ୍ଚ,ଏପରିକି ନାଏକ ସରପଞ୍ଚଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଭତ୍ତା ରାଶି ବୃଦ୍ଧି କଲେ ୱାଡ଼ସଭ୍ୟ ସଭ୍ୟାମାନଙ୍କୁ କାହିଁକି ଅଣଦେଖ କରିଛନ୍ତି।ଦୁଇଶହ ଚାଲିଶ ଟଙ୍କାରୁ ବୃଦ୍ଧିକରି ଚାରିଶହ ଅଶି ଟଙ୍କାକରିଛନ୍ତି। ଅନ୍ୟପକ୍ଷରେ ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲ୍ଲାପରିଷଦ ଲୋକପ୍ରତିନିଧିମାନଙ୍କ ମୂଳ ଭତ୍ତା ଠାରୁ ୪ରିଗୁଣା ବଢ଼ା ଯାଇଛି। ଆମ୍ଭମାନଙ୍କର କାହିଁକୀ ଏତେ ଏଣୁ ଆମ୍ଭର ଅନୁରୋଧ ଆମ କଥା କୁ ବିଚାରକୁ ନେଇ ଆମର ଦାବୀକୁ ତୁରନ୍ତ ପୁରଣ କରାଯାଉ ନଚ଼େତଆଗାମୀ ଦିନରେ ସଂଘ ତାର କାର୍ଯ୍ୟପନ୍ତାଗ୍ରହଣ କରିବାପାଇଁ ଚେତାବନୀ ଦେଇଛନ୍ତି

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More