ଚୌଦ୍ୱାର ଶ୍ରୀ ସତ୍ୟ ସାଇ ସେବା ସମିତି ପକ୍ଷରୁ ଜଳ ସେବା ଶିବିର ଉଦଘାଟିତ

15

Get real time updates directly on you device, subscribe now.

ଚୌଦ୍ୱାର(ସଂଘର୍ଷ ମିଡିଆ ) : ଆଜି କଟକ ଚୌଦ୍ବାର ଅଞ୍ଚଳର ଥର୍ମାଲ ରୋଡ ସ୍ଥିତ ଅଗ୍ରଣୀ ସେବା ସଂଗଠନ ଶ୍ରୀ ସତ୍ୟ ସାଇ ସେବା ସମିତି ପକ୍ଷରୁ ଜଳ ସେବା ଶିବିର ଏକ ନିହାରା ପ୍ରୟାସରେ ଉଦଘାଟିତ ହୋଇଯାଇଛି । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଚୌଦ୍ୱାର ସହର ଅସ୍ତବ୍ୟସ୍ତ ଏହି ରୋଦ୍ରତାପ ରୁ ସାମାନ୍ୟ ଆଶ୍ବସ୍ତି ପାଇବା ପାଇଁ ଚୌଦ୍ୱାର ସହର ର ଶ୍ରୀ ସତ୍ୟ ସାଇ ସେବା ସମିତି ଆଗେଇ ଆସି ଏକ ଜଳ ସେବା ଶିବିର ଆୟୋଜନ କରାଯାଇଛି । ଆଜି କଟକ ଜିଲ୍ଲା ସଭାପତି ବିଚିତ୍ର ନନ୍ଦ ମହାନ୍ତି ଶୁଭ ଉଦଘାଟନ କରିଥିଲେ। ଚୌଦ୍ୱାର ସମିତି ଅଭାହକ ରଂଜିତ କୁମାର ପ୍ରଧାନ, ସହ ବହୁ ଭକ୍ତ ଉପସ୍ଥିତ ଥିଲେ।ଏଥିରେ ଦହିସର୍ବତ ଓ ସାଧା ପାଣି ପ୍ରତିଦିନ ଯୋଗେଇଦିଆଯିବ । ପ୍ରତିଦିନ ବଜ଼ାର କୁ ଆସୁଥିବା ଲୋକମାନେ ଓ ବେପାର ବାଣିଜ୍ୟ କରୁଥିବା ବ୍ୟବସାୟୀ ମାନେ ଏଥିରେ ଉପକୃତ ହେବେ । ଏହି ଜଳ ଛାତ୍ର କେନ୍ଦ୍ର ଏକ ମାସ ଧରି ଖୋଲାଯିବ ଏବଂ ଗାଈ ଗୋରୁ ଙ୍କ ପିଇବା ପାଇଁ ମଧ୍ୟ କୁଣ୍ଡ ସ୍ଥାପନ କରାଯାଇଛି । ଚୌଦ୍ୱାରରୁ ରଞ୍ଜନ କୁମାର ସ୍ବାଇଁଙ୍କ ରିପୋର୍ଟ ସଂଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More