ଚୌଦ୍ୱାର ମଡନ୍ ଜ୍ୟୋତି କ୍ଲବ୍ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

17

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ୱାର ମୁରଦା ଖାଁ ପାଟ୍ଟଣା ସ୍ଥିତ ମଡନ୍ ଜ୍ୟୋତି କ୍ଳବ ରେ ସକାଳ ସମୟ ୧୦ଘଟିକା ଠାରୁ ଅପରାହ୍ନ ୨ଘଟିକା ପର୍ଯ୍ୟନ୍ତ ଚକ୍ଷୁ ଚିକିତ୍ସାଳୟ ସାଇ ସୁଭମ୍ ନର୍ସିଂ ହୋମ ଆନୁକୁଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା । ହସ୍ପିଟାଲ ଡେଭଲମେଣ୍ଟ ଅଫିସର ଡକ୍ଟର ବିଶ୍ୱଜିତ୍ ଦେ, ଓ ଚକ୍ଷୁ ଚିକିତ୍ସକ ଡକ୍ଟର ସନ୍ତୋଷ କୁମାର ମନ୍ତ୍ରୀ, ଫର୍ମାସିଟି ଡକ୍ଟର ବିଭୂତି ନାୟକ ଏବଂ ଅରବିନ୍ଦ ନାୟକ ଶିବିରରେ କର୍ମରତ ଥିଲେ। ଚକ୍ଷୁ ପରୀକ୍ଷା ପାଇଁ ୮୦ରୁ ଉର୍ଦ୍ଧ ଜଣ ନାମ ପଞ୍ଜିକରଣ କରିଥିଲେ। ୧୭ଜଣଙ୍କୁ ମୋଡିଆବିନ୍ଦୁ ଚିହ୍ନଟ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଅସ୍ତ୍ରୋପଚାର ପାଇଁ ଡାକ୍ତର ମେଡିକାଲକୁ ଆମ୍ବୁଲାନ୍ସ ଗାଡି ଯୋଗେ ପଠାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମଡନ୍ ଜ୍ୟୋତି କ୍ଲବ୍ ମୁଖ୍ୟ ପରାମର୍ଶ ଦାତା ପ୍ରଦ୍ୟୁମ୍ନ କୁମାର ଜେନା,.ସୀତାକାନ୍ତ ସ୍ୱାଇଁ,ଦିଲ୍ଲୀପ କୁମାର ସ୍ବାଇଁ,ବିଭୂତି ସ୍ୱାଇଁ,ସତ୍ୟ ରଞ୍ଜନ ଭୂୟାଁ,ଜୟନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More