ଚୌଦ୍ୱାର ବାଣିପାଦରେ ବ୍ୟାଙ୍କ ଡକାୟତି , ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

14

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : କଟକ ଜିଲ୍ଲା ଚୌଦ୍ୱାର ର ବାଣିପଦା ପଞ୍ଚାୟତ ଅଫିସ ପରିସରରେ ଥିବା ଇଣ୍ଡିଆନ ବ୍ୟାଙ୍କରେ ଗତକାଲି ବିଳମ୍ବିତ ରାତିରେ ଡାକୟତି ହୋଇଯାଇଛି । 4ଜଣ ଯୁବକ 3ଟି ବାଇକରେ ବିଳମ୍ବିତ ରାତିରେ ଆସି ବ୍ୟାଙ୍କ ତାଲା ଭାଙ୍ଗି ଭିତରେ ପଶିଥିଲେ। ବ୍ୟାଙ୍କ ଲକରକୁ ଭାଙ୍ଗି ପାରିନଥିଲେ । ଅଫିସରେ ଥିବା କମ୍ପୁଟରକୁ ଦୁର୍ବୁତ୍ତମାନେ ଭାଙ୍ଗିଦେଇଥିଲେ ଓ ସମସ୍ତ କାଗଜପତ୍ର ପୋଡିଦେଇଥିଲେ । ଅନ୍ୟପକ୍ଷରେ ନିକଟସ୍ଥ ପାଣିଟାଙ୍କିରେ ଜଣେ ଯୁବକ ଶୋଇଥିବା ବେଳେ ତାକୁ ଜଣେ ଡାକଏତ ଖଣ୍ଡାଟିଏ ଧରି ଜଗିଥିଲା । ଦୁର୍ବୁତ୍ତମାନେ ସେଠାରୁ ଗଲାପରେ ଗ୍ରାମବାସୀଙ୍କୁ ଖବରଦେଇଥିଲା ଯୁବକ । ପରେ ପୁଲିସ ଘଟଣାସ୍ଥଳରେ ପହଂଚି ସାଇଣ୍ଟିଫିକ ଦଳସହ ତଦନ୍ତ ଜାରି ରଖିଛି । ବ୍ୟାଙ୍କରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ଯୋରଧରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More