ଚୌଦ୍ୱାର ଦଶହରା ପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

15

Get real time updates directly on you device, subscribe now.

ଚୌଦ୍ୱାର(ସଂଘର୍ଷ ମିଡିଆ) : କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ୱାର ଯାତ୍ରା ପଡ଼ିଆ ସ୍ଥିତ ପୂଜା କମିଟି ଗୃହରେ ଦଶହରା ପୂଜା କମିଟି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଚୌଦ୍ୱାର – କଟକ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌଭିକ୍ ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟ କ୍ରମରେ ଚୌଦ୍ୱାର ପୌର ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ୱର୍ଣ୍ଣ ପ୍ରଭା ସାମଲ, ପୌର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପବିତ୍ର କୁମାର ବେହେରା, ଜୋନ ୧ ଏ ସି ପି ଅରୁଣ କୁମାର ସ୍ବାଇଁ, ଚୌଦ୍ୱାର ଥାନ ଅଧିକାରୀ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ପତି, ଇମ୍ପା ର ଲୋକ ସମ୍ପକ ଅଧିକାରୀ ଧୃବ ଚରଣ ରାଉତ, ଅଗ୍ନିଶ୍ରମ ଅଧିକାରୀ ବିଷ୍ଣୁ ପ୍ରସାଦ ଦାଶ, ଜନସ୍ଵାସ୍ଥ୍ୟ ବିଭାଗ ଅଧିକାରୀ ଶମ୍ବୁ ନାଥ ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ଚଳିତବର୍ଷ ରୂପଯାତ୍ରା ପାଇଁ ନଗର ପାଳିକା ପକ୍ଷରୁ ଯାତ୍ରା ପଡ଼ିଆ ପରିଷ୍କାର ପରିଚ୍ଛନ୍ନ ରହିବ ଓ ବିଦ୍ୟୁତ ସେବା, ସ୍ବାସ୍ଥ୍ୟ ସେବା, ପରିଷ୍କାର ଜଳ ଯୋଗାଇଦେବା ପାଇଁ ପୌର ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ୱର୍ଣ୍ଣ ପ୍ରଭା ସାମଲ ପ୍ରତିସୃତି ଦେଇଥିଲେ ଏବଂ ପୋଲିସ୍ ପ୍ରଶାସନ ତରଫରୁ ଯାତ୍ରର ସମୟ ସୀମାକୁ ରାତି ୧୨ଟା ପର୍ଯ୍ୟନ୍ତ ଅନୁମତି ପ୍ରଦାନ ପାଇଁ ବିଧାୟକଙ୍କୁ ପ୍ରସ୍ତାବ ଦେଇଥିଲେ। ଏହି ବୈଠକରେ ସଭାପତି ସୁବୋଧ ନାୟକ , କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ, ସଂପାଦକ ନାରାୟଣ ସ୍ବାଇଁ, କୋଷାଧ୍ୟକ୍ଷ ରବିନାରାୟଣ ସାହୁ, ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଚୌଦ୍ୱାର ରୁ ରଞ୍ଜନ କୁମାର ସ୍ବାଇଁ ଙ୍କ ରିପୋର୍ଟ ସଂଘର୍ଷ ନିଉଜ୍‌ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More