ଚୌଦ୍ୱାର ଗୋଡିପାଟଣାରେ ଗଣେଷ ମେଳଣ ଓ ଇନ୍ଦୁପୂର୍ଣ୍ଣିମା ମହୋତ୍ସବ ପାଳିତ

14

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ୱାର ସ୍ଥିତ ଗୋଡ଼ିପାଟଣା ଠାରେ ଗଣେଷ ମେଲଣ ଓ ଇନ୍ଦୁପୂର୍ଣ୍ଣିମା ମହୋତ୍ସବ ପାଳିତ ହେଉଛି। ଆଜି ଭସାଣି ଯାତ୍ରା ରେ ୧୯ ଖଣ୍ଡ ମେଢ ଏକତ୍ରିତ ହୋଇ କମିଟି ତରଫରୁ ଛନ୍ଦା ଗ୍ରହଣ କରି ନମ୍ବର ଅନୁସାରେ ଭସାଣି ଯାତ୍ରା କରିଥିଲେ। ସମସ୍ତ ମେଢ ଗୋଟିଏ ପରେ ଗୋଟିଏ ଚଷାପଡା ଘାଟ ନିକଟରେ ହୋଇଥିବା ଅସ୍ଥାୟୀ ପୋଖରୀକୁ ଭସାଣି ଯାତ୍ରା ଆରମ୍ଭ କରିଥିଲେ। ଏହି ମେଲଣ ପଡିଆରେ ବିଭିନ୍ନ ଦୋକାନ ବଜାର, ଚକ୍ରିଦୋଳି, ଓ ଘରର ଅନ୍ୟାନ୍ୟ ସମଗ୍ରି ଦୋକାନ ଦେଖବାକୁ ମିଳିଛି । ଚୌଦ୍ୱାର ପୌର ପାଳିକା ପକ୍ଷରୁ ଆଶୁ ଚିକିତ୍ସା କେନ୍ଦ୍ର ଏବଂ ମେଲଣ ପଡିଆରେ ଗୋଟିଏ ପୋଲିସ୍ କଣ୍ଟ୍ରୋଲ ରୁମ ଖୋଳାଯାଇଛି। ଇନ୍ଦୁପୂର୍ଣ୍ଣିମା ମହୋତ୍ସବ ପାଇଁ ପୂଜା କମିଟି ପକ୍ଷରୁୁ ସଂଧ୍ୟାରେ ମହୋତ୍ସବର ମୁଖପତ୍ର ଶ୍ରୀଗଣେଷ ଉନ୍ନୋଚିତ କରାଯାଇଥିଲା। ଯାତ୍ର ପଡିଆ ପରିବେଶ ପରିସ୍କାର ଏବଂ ଶାନ୍ତିଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଅଞ୍ଚଳବାସୀ ମାନେ ଯାତ୍ରା କମିଟିର ସମସ୍ତ ସଦସ୍ୟ ଏବଂ ଚୌଦ୍ୱାର ଆଇ ଆଇ ସି ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ପତି, ଓ ଟି ପି ଏମ୍ ପାଣ୍ଡି ଅଧିକାରୀ, ରଞନ କୁମାର ନାୟକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More