ଚୌଦ୍ୱାରରେ ୧୧୬ତମ ବାଦି ପାଲା ମହୋତ୍ସବ ଅନୁଷ୍ଠିତ

15

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : କଟକ ଜିଲ୍ଲା ଚୌଦ୍ୱାର ଅନ୍ତର୍ଗତ ବଡବଜ଼ାର ସ୍ଥିତ ପାଲା ମଣ୍ଡପ ରେ ଓଁ ଶ୍ରୀ ଶ୍ରୀ ସତ୍ୟ ନାରାୟଣ ପାଲା ସମିତି ଚୌଦ୍ୱାର, ଅନୁଷ୍ଠାନ ତରଫରୁ 116ତମ ବାଦି ପାଲା ମହୋତ୍ସବ ଅନୁଷ୍ଠିତ କରାଯାଇଅଛି | ଏଗାର ଦିନ ବ୍ୟପି ଏହି ପାଲା ପାରବେଶଣ କରାଯିବାର ବ୍ୟବସ୍ଥା ରହିଛି । ଏହା ତା ୧୯.୦୮.୨୦୨୨ ରିଖ ଶୁକ୍ରବାର ଠାରୁ ଆରମ୍ଭ ହୋଇ ତା ୨୯.୦୮.୨୦୨୨ ରିଖ ସୋମବାର ପର୍ଯ୍ୟନ୍ତ ପରିବେଶଣ ହେବାର କାର୍ଯ୍ୟକ୍ରମ ରହିଛି । ପରିବେଶଣ ର ଶୁକ୍ରବାର ଠାରୁ ରବିବାର ଦିନ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲା ରୁ ଆସିଥିବା ଗାୟକ ଶ୍ରୀଯୁକ୍ତ ମୁରଲୀ ମନୋହର ସାହୁ ଓ ସାଥି ପାଲା ପରିବେଷଣ କରିବାର ରହିଛି । ସୋମବାର ଠାରୁ ଗୁରୁ ବାର ପର୍ଯ୍ୟନ୍ତ କଟକ ଜିଲ୍ଲା ସୁନ୍ଦର ଗ୍ରାମ ରୁ ଆସିଥିବା ଗାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ବେହେରା ଓ ସାଥି ପାଲା ପରିବେଶ କରିବାର ରହିଛି ସେହି ପରି ଶୁକ୍ରବାର ଠାରୁ ସୋମବାର ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲା ଦେଓବନ୍ଧ ଅଂଚଳ ରୁ ଗାୟକ ବଜରଙ୍ଗୀ ଶ୍ରୀଯୁକ୍ତ ଚୈତନ୍ୟ ଚରଣ ମାହାନ୍ତ ଓ ସାଥି ପଲା ପରିବେଶ କରିବେ। ପ୍ରାଚୀନ ସାହିତ୍ୟ ଓ ସଂସ୍କୁତି କୁ ନେଇ ପୱରାଣିକ, ବେଦ ଉପନିସେଦ ଉପରେ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ବୈକୁଣ୍ଠ ପୃଷ୍ଟି ଉଦଘାଟନ କରି ପ୍ରଦୀପ ପ୍ରଯୋଳନ କରିଥିଲେ । ସଭାପତି ମନୋଜ କୁମାର ନାୟକ ଙ୍କ ତ୍ୱାତାବଧନ ରେ ଅନୁଷ୍ଠିତ ଏହି ମହୋତ୍ସବ ରେ ଅନୁଷ୍ଠାନ ର ପ୍ରମୁଖ ସଦସ୍ୟ ଅଜୟ ବେହେରା, ପଦ୍ମଶ୍ରୀ ଉତ୍ସବ ଚରଣ ଦାସ, ରବିନାରାୟଣ ସାହୁ, ବିଚିତ୍ରାନନ୍ଦ ସାହୁ, ସଦାନନ୍ଦ ସାହୁ, ମଙ୍ଗରାଜ ବେହେରା, ସୁଶାନ୍ତ କୁମାର ନାୟକ, ମାନସ ସାହୁ, ଅଶୋକ ବେହେରା, ହରିହର ସାହୁ, ମୁରଲୀ ବେହେରା, ଭାରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଚୌଦ୍ୱାର ରୁ ରଞ୍ଜନ କୁମାର ସ୍ୱାଇଁ ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More