ଚୌଦ୍ଵାର(ସଂଘର୍ଷ ମିଡିଆ) : ଚୌଦ୍ଵାର ର ଶ୍ରୀ ସତ୍ୟ ସାଇ ସେବା ସମିତି ରେ ଗୁରୁପୂର୍ଣ୍ଣିମା ପାଳିତ ହୋଇଯାଇଛି। ଏହି ଦିବସ ରେ ମନ୍ଦିର ର ବାର୍ଷିକ ଉତ୍ସବ ମଧ୍ୟ ପାଳିତ ହୋଇଯାଇଛି। ବୁଧବାର ଦିନ ଭୋରୁ ନଗର ସଂକୀର୍ତ୍ତନ କରାଯାଇ ପ୍ରଶାନ୍ତି ଧ୍ଵଜା ଉତ୍ତୋଳନ କରାଯାଇ,ଷୋଡ଼ଷ ଉପଚାର ପୂଜା, ତ୍ରଇ ରୁଦ୍ରମ୍, ଅମୃତ କଳସ ଓ ନାରାୟଣ ସେବା କରାଯାଇଥିଲା। ଏବଂ ସଂଧ୍ୟା ରେ ବେଦ ପାଠ କରି ଭଜନ କରିଥିଲେ, ହିନ୍ଦ୍ ଯୁବକ ସଂଘ ର ସଭାପତି ଦାମଦୋର୍ ସାହୁ ଜ୍ୟୋତି ଆବାହନ କରିଥିଲେ, ସାଇ ଶୁଭ୍ରାଂଶୁ ଶେଖର ସାହୁ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ, ଚୌଦ୍ଵାର ସାଇ ପାରିବାର ର ଆବାହକ ରଞ୍ଜିତ ପ୍ରଧାନ ସ୍ଵାଗତ ସମ୍ଭାଷଣ ଦେଇଥିଲେ ଓ ସଞ୍ଜୟ ରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବାଳବିକାଶ ର ଛାତ୍ର ଛାତ୍ରୀ ମାନେ ସମ୍ଭାଷଣ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରିଥିଲେ। ଶେଷରେ ମଙ୍ଗଳ ଆଳତି କରିକାର୍ଯ୍ୟକ୍ରମ ଶେଷ ହୋଇଥିଲା। ଏହି ଦିନ ମନ୍ଦିର ପରିବେଶ ବେଶ୍ ଉତ୍ସବ ମୁଖର ପାଲଟି ଥିଲା। ଏହି କାର୍ଯ୍ୟକ୍ରମ ରେ ଚୌଦ୍ଵାର ସମିତି ର ସମସ୍ତ ସଦସ୍ୟ, ସଦସ୍ୟା ଏବଂ ଅଞ୍ଚଳ ର ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ।