ଚୌଦ୍ଵାର ଜେଲରେ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ବଣ୍ଟନ କେନ୍ଦ୍ର ଉଦ୍ଘାଟିତ

39

Get real time updates directly on you device, subscribe now.

ଚୌଦ୍ଵାର ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ଚୌଦ୍ଵାର ମଣ୍ଡଳ  କାରାଗାର ପରିସରରେ ଆଜି କଇଦିମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟର ବଣ୍ଟନ କେନ୍ଦ୍ରର ଉଦ୍ଘାଟନ ହୋଇଜାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ରେଞ୍ଜ ଡ଼ି ଆଇ ଜି  କୁଳମଣି ବେହେରା  ଉପସ୍ଥିତ ରହି ଏହି  କେନ୍ଦ୍ରର ଉଦ୍ଘାଟନ କରିଥିଲେ ।  ଜେଲକୁ ପ୍ରତିଦିନ  କଏଦୀ ମାନଙ୍କୁ ସାକ୍ଷାତ କରିବାକୁ ଆସୁଥିବା ଲୋକମାନଙ୍କ ପାଇଁ  ଇଟିଲି , ବରା  ,ପୁରୀ ,ଗୁଗୁନି ଆଦି ଖାଦ୍ୟ ସୁଲଭ ମୂଲ୍ୟରେ ଖାଇ ପାରିବେ ବୋଲି ଜେଲର  ଅବିନାଶ ବେହେରା ସୂଚନା ଦେଇଛନ୍ତି । ସରକାରୀ ଛୁଟିଦିନ ବ୍ୟତୀତ ଦିନକୁ ଦୁଇଥର ଖାଦ୍ୟ ବିକ୍ରୟ କେନ୍ଦ୍ର ଖୋଲା ରହିବ ବୋଲି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More