ଚୌଦ୍ଵାରରେ 5ଟି ରୂପାନ୍ତରିତ ବିଦ୍ୟାଳୟ ଲୋକାର୍ପିତ

32

Get real time updates directly on you device, subscribe now.

କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ଵାର ଅଞ୍ଚଳରେ ତୃତୀୟ ପର୍ଯ୍ୟାୟରେ 5ଟି ରୂପାନ୍ତରିତ ସ୍କୁଲ ଗୁଡ଼ିକର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭସି ମାଧ୍ୟମରେ ଉଦ୍ଘାଟନ କରିଥିଲେ। ବାଣୀପଦା ପଞ୍ଚାୟତ ସ୍ଥିତ ବାଳୁକେଶ୍ଵର ବିଦ୍ୟାପୀଠରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ବିଶ୍ଵାଳ,ଜିଲ୍ଲା ପରିଷଦ ସଭ୍ୟ ଜ୍ୟୋତ୍ସା ରାଣୀ ସବୁଧିରାୟ, ନାରୀନେତ୍ରୀ କବିତା ରାଣୀ ଲେଙ୍କା, ସରପଞ୍ଚ ଦିଲ୍ଲୀପ କୁମାର ଭୋଇ, ସମିତି ସଭ୍ୟ ସୁରେନ୍ଦ୍ର ସାମଲ, ଆଶୁତୋଷ ଦାସ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶରତ ଚନ୍ଦ୍ର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ନିର୍ମିତ ଏକ ସୁଦୃଶ୍ୟ ଉଦ୍ୟାନକୁ ପୁରାତନ ବିଧାୟକ ଶ୍ରୀଯୁକ୍ତ ବିଶ୍ଵାଳ ଉଦ୍ଘାଟନ କରିଥିଲେ। ଚୌଦ୍ଵାର ମୁଣ୍ଡମାଳ ସ୍ଥିତ ଝୋଟେଶ୍ଵର ହାଇ ସ୍କୁଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ବିଶ୍ଵାଳ , ଚୌଦ୍ଵାର ପୌର ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ଵର୍ଣ୍ଣ ପ୍ରଭା ସାମଲ, ପାରିଷଦ ଦିଲ୍ଲୀପ ସାହୁ, ରମେଶ ଚନ୍ଦ୍ର ପାଢ଼ୀ ପ୍ରମୁଖ ପ୍ତିଥି ଭାବେ ଯୋଗ ଦେଇଥିଲେ। ସ୍କୁଲ ଶିକ୍ଷୟତ୍ରୀ ଶୈବାଳିନୀ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଦୌଲତାବଦ୍ ସ୍ଥିତ ନିଗମାନନ୍ଦ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଓ. ଟି. ଏମ୍ କଲୋନୀ ସ୍ଥିତ ଗୋପବନ୍ଧୁ ହାଇ ସ୍କୁଲ୍ ଅନୁରୂପ ଭାବେ ଆୟୋଜିତ କାର୍ଯ୍ୟକ୍ରମ ରେ ଉପରୋକ୍ତ ଅତିଥିମାନଙ୍କ ସମେତ ସି ଆର ସି ସି ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସେଠୀ ଯୋଗ ଦେଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ସଚିବ ଶ୍ରୀ ଭି. କେ.ପାଣ୍ଡିଆନଙ୍କୁ ସ୍କୁଲର5 ଶିକ୍ଷକ ଶିକ୍ଷୟତ୍ରୀ,ଓ ଛାତ୍ରଛାତ୍ରୀ ମାନେ କୃତଜ୍ଞତା ସହ ଧନ୍ୟବାଦ୍ ଜଣାଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More