ଚୌଦ୍ଵାରରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୨ ଅନୁଷ୍ଠିତ

16

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ଵାର ସ୍ଥିତ ଓ.ଟି.ଏମ୍‌ ଉଚ୍ଚ ବିଦ୍ୟାଳୟ ପରିସର ରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨ ଅନୁଷ୍ଠିତ ହୋଇ ଯାଇଛି। କଟକ – ଚୌଦ୍ଵାର ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ଵାଳ ଉଦ୍ଘାଟନ କରି ସମସ୍ତ ପ୍ରତିଯୋଗି ମାନଙ୍କୁ ଭଲ ପ୍ରତିଯୋଗିତା କରି ରାଜ୍ୟ ସ୍ଥରକୁ ଯିବାପାଇଁ ଉତ୍ସାହିତ କରିଥିଲେ। ଟାଙ୍ଗୀ – ଚୌଦ୍ଵାର ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀମତୀ ସରୋଜିନୀ ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଚୌଦ୍ଵାର – କଟକ ମାନ୍ୟବର ବିଧାୟକ ସୌଭିକ୍ ବିଶ୍ଵାଳ ଯୋଗ ଦେଇଥିଲେ। ପରେ ଉଦ୍‌ଯାପକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କୃଷି, ମସ୍ୟ ଓ ସଂପଦ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ପ୍ରତିନିଧି ସେକ୍ ଶାହାଜାନ ଯୋଗ ଦେଇ ସମସ୍ତ ଉପସ୍ଥିତ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ବକ୍ତା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୃଷ୍ଣଚ଼ନ୍ଦ୍ର ନାୟକ, ବିଶିଷ୍ଟ ଅତିଥି ଚୌଦ୍ଵାର ପୌରପାଳିକା ଅଧ୍ଯକ୍ଷା ଶ୍ରୀମତୀ ମାନସୀ ସ୍ଵର୍ଣ୍ଣ ପ୍ରଭା ସାମଲ, ଉପନଗରପାଳ ଶ୍ରୀଯୁକ୍ତ ଶୁଭେନ୍ଦୁ ସାମଲ, ଅଧ୍ଯକ୍ଷା ପ୍ରଧାନ ଶିକ୍ଷୟିତ୍ରୀ ମମତା ସାହୁ, ସଂଯୋଜକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଆଶୁତୋଷ ମିଶ୍ର, ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସଂଜୀବ କୁମାର ମହାପାତ୍ର,ଚୌଦ୍ଵାର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ପତି,ଇମ୍ପା ର ଲୋକ ସଂପର୍କ ଅଧିକାରୀ ଶ୍ରୀଯୁକ୍ତ ଧୂର୍ବ ଚରଣ ରାଉତ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ସାମନ୍ତରାୟ, ଟାଙ୍ଗୀ – ଚୌଦ୍ୱର ମଣ୍ଡଳ ଉପାଧ୍ୟକ୍ଷ ଶ୍ରୀମତୀ ସୁପ୍ରିୟା ଜେଠୀ, ମଣ୍ଡଳ ସହ ଶିକ୍ଷା ଅଧିକାରୀ ଶ୍ରୀମତୀ କଳ୍ପନା ନାୟକ ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟର ଶିକ୍ଷାର୍ଥୀ ଉଦଘାଟନୀ ଓ ଉଦଯାପନୀ ସଙ୍ଗୀତ ଏବଂ ନୃତ୍ଯ ପରିବେଷଣ କରି ସମସ୍ତଙ୍କ ମନ ମୋହିଥିଲେ । ପ୍ରବନ୍ଧ, ବିତର୍କ, ଚିତ୍ରାଙ୍କନ, କଳା, ହସ୍ତକର୍ମ, ହସ୍ତାକ୍ଷର, ସଙ୍ଗୀତ, ସାଂସ୍କୃତିକ ଆଦି କାର୍ଯ୍ୟକ୍ରମରେ କ୍ଲଷ୍ଟର ସ୍ତରରେ କୃତି ଅର୍ଜନ କରିଥିବା ପ୍ରତିଯୋଗୀ ଭାଗ ନେଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ପୌର ପାରିଷଦ ତଥା ପୁରାତନ ଛାତ୍ର ସୁବ୍ରତ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରତିଯୋଗିତା ଗୁଡିକରେ କୋଡିଏରୁ ଅଧିକ ବିଚାରପତି ନିଜର ଦାୟିତ୍ ତୁଲାଇଥିଲେ। ଖାଦ୍ୟ ରୋଷୋଇ ଓ ବଣ୍ଟନ ଦାୟିତ୍ଵରେ ଥିବା ଶ୍ରିକ୍ଷକ ମାନେ ଦାୟିତ୍ଵ ଶୃଙ୍ଖଳାର ସହ ନିର୍ବାହ କରିଥିଲେ। ଚୌଦ୍ଵାରରୁ ରଞ୍ଜନ କୁମାର ସ୍ୱାଇଁଙ୍କ ରିପୋର୍ଟ୍ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More