ଚୌଦ୍ଵାରରେ ବିଜୁ ଜନତା ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

15

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ଵାର ସ୍ଥିତ ଗାନ୍ଧିଛକ ଠାରେ ଆଜି ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ଵାଳ ଯୋଗ ଦେଇଥିଲେ । ତାଙ୍କ ଅଭିଭାଷଣରେ କହିଥିଲେ ଆଜି ହେଉଛି ଅକ୍ଟୋବର ୨ ତାରିଖ, ଯାହାକୁ ପ୍ରତି ବର୍ଷ ସାରା ଭାରତରେ ଗାନ୍ଧୀ ଜୟନ୍ତୀ ରୂପରେ ଅତି ସମ୍ମାନ ର ସହ ପାଳନ କରାଯାଏ। ସ୍ଵଚ୍ଛତା ପ୍ରେମୀ ଗାନ୍ଧିଜୀଙ୍କ ସମ୍ମାନାର୍ଥେ ଏହି ଦିନକୁ ସାରା ଭାରତରେ ସ୍ଵଚ୍ଛତା ଦିବସ ରୂପରେ ମଧ୍ୟ ପାଳନ କରାଯାଏ।ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ଗାନ୍ଧିଜୀ ଙ୍କ ଅହିଂସା ନୀତି, ସତ୍ୟ, ନିଷ୍ଠା କୁ ନାଗରିକ ଓ ଜନସାଧାରଣ ଅନୁଧ୍ୟାନ କରିବାକୁ ପ୍ରେରଣା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଚୌଦ୍ଵାର ପୌରପାଳିକା ର ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ଵର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ବିଜେଡି ନଗର ସଭାପତି ଶ୍ରୀଯୁକ୍ତ ବିଷ୍ଣୁ ଚରଣ ପରିଡା, ବିଜେଡି ଯୁବ ସଭାପତି ଶ୍ରୀଯୁକ୍ତ ଅର୍ଜୁନ ପଣ୍ଡା, ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ପ୍ରେମ ଚାନ୍ଦ ନାୟକ, ମହିଳା ବିଜେଡି ସଭାପତି କବିତା ଲେଙ୍କା, ଜିଲ୍ଲା ସଂପାଦିକା ସବିତା ନାୟକ, ଯୁବ ବିଜେଡି ସଭାପତି ସାରଦା ରଂଜନ ପରିଡା, ଚୌଦ୍ୱାର ପୌର ନିର୍ବାହୀ ଅଧିକାରୀ, ନବନିର୍ବାଚିତ ପୌର ପାରିଷଦ ବୃନ୍ଦ ଏବଂ ବହୁ ବିଜେଡି କର୍ମୀ ମାନେ
ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସହ ଚୌଦ୍ଵାର ରେ ଅବସ୍ଥିତ ସମସ୍ତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More