ଚୌଦ୍ଵାରରେ ବିଜୁଜନତା ଦଳ ପକ୍ଷରୁ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ

16

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ଵାର ରେ ବିଜୁଜନତା ଦଳ ପକ୍ଷରୁ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଜନ ସଂପର୍କ ପଦଯାତ୍ରା ରେ ମାନ୍ୟବର ଗୃହ ଓ ନଗର ଉନ୍ନୟନ ତଥା କଟକ ଜିଲ୍ଲା ର ପ୍ରର୍ଯ୍ୟବେକ୍ଷଣ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବା ଜନ ସଂପର୍କ ପଦଯାତ୍ରା ର ମୁଖ୍ୟ ଲକ୍ଷ ଥିଲା । ମାନ୍ୟବର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ବିଶ୍ଵାଳ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ସ୍ବାଗତ ଜଣାଇଥିଲେ । ଚୌଦ୍ଵାର ବିରୂପା ନଦୀ ଗଡ଼ ଠାରୁ ଜନ ସଂପର୍କ ପଦଯାତ୍ରା ଆରମ୍ଭ ହୋଇ ଓ ଟି ଏମ କଲୋନୀ ଦେଇ ୱାର୍ଡ ନମ୍ବର ୧୦,୧୯,୧୮ନମ୍ବର ବିରାଟ ବଜାର ,କଳିଙ୍ଗ ଛକ, କପାଳେଶ୍ୱର୍ ଦେଇ ମାନ୍ୟବର ମନ୍ତ୍ରୀ ଟି ପି ଏମ ବଜାର ଅଭିମୁଖେ ଗୋଡ଼ିପାଟ୍ଟଣାରେ ପହଞ୍ଚିଥିଲେ । ଏହି ପଦ ଯାତ୍ରା ରେ ମାନ୍ୟବର ଚୌଦ୍ଵାର କଟକ ବିଧାୟକ ଶ୍ରୀଯୁକ୍ତ ସୌଭିକ୍ ବିଶ୍ଵାଳ, ପୌରା ଅଧକ୍ଷା ଶ୍ରୀମତୀ ମାନସୀ ସ୍ଵର୍ଣ୍ଣ ପ୍ରଭା ସାମଲ, ପୌର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶୁଭେନ୍ଦୁ ସାମଲ,ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ପ୍ରେମ ଚାନ୍ଦ ନାୟକ , ଛାତ୍ର ସଭାପତି ଭରତ ଚନ୍ଦ୍ର ସାହୁ, ରାଜ୍ୟ ବିଜୁ ମହିଳା ସମ୍ପାଦିକା ଶ୍ରୀମତୀ ସବିତା ନାୟକ,ମହିଳା ସେବା ସଭାପତି କବିତା ଲେଙ୍କା, ନବ ନିର୍ବାଚିତ ପାରିଷଦ,ସହ ବହୁ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More