କଟକ(ସଂଘର୍ଷ ମିଡିଆ) : -କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ଵାରରେ ପ୍ରସିଦ୍ଧ କୁମାର ଉତ୍ସବ ଓ ଭସାଣି ଯାତ୍ରା ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଯାଇଛି। ଯାତ୍ରାରେ ମୋଟ ୪୩ଖଣ୍ଡ ମେଢ ମଙ୍ଗଳ ବାର ଦିନ ଯାତ୍ରା ପଡ଼ିଆରେ ମେଳଣ କରିଥିଲେ। ବୁଧବାର ଦିନ ସକାଳୁ ପୂଜା କମିଟି ପକ୍ଷରୁ କ୍ରମାନ୍ୱୟରେ ଛନ୍ଦା ପ୍ରଦାନ କରାଯାଇଥିଲା। ଭସାଣି ଶୋଭାଯାତ୍ରାରେ ବିଭିନ୍ନ ପ୍ରକାର ବାଦ୍ୟ ବଜାଇ ବିରୁପାନଦୀ କୂଳରେ ହୋଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଥିଲା । ଯାତ୍ରା ପଡ଼ିଆରେ ବିଭିନ୍ନ ଦୋକାନ ବଜାର ବୁଲି ଘରର ସାମଗ୍ରୀ କଣିବା ଓ ଦୋଳି ଖେଳିବାର ଲୋକମାନେ ମଜା ଉଠାଇଥିଲେ । ପାଗ ଅନୁକୂଳ ଥିବାରୁ ଯାତ୍ରାପଡିଆରେ ପ୍ରବଳ ଜନଗହଳି ଲାଗି ରହିଥିଲା। ଯାତ୍ରାପଡିଆରେ ସୂଚନାକ୍ରଳ, ଅଗ୍ନିଶମ ବିଭାଗ,ବିଦ୍ୟୁତବିଭାଗ ଓ ଅସ୍ଥାୟୀ ପୁଲିସ୍ ପୋଷ୍ଟ ଖୋଲାଯାଇଥିଲା।