ଚୌଦ୍ଵାରରେ ତ୍ରିନେତ୍ର କଳା କୁଞ୍ଜ ପକ୍ଷରୁ ଆନ୍ତର୍ଜାତୀୟ ନୃତ୍ୟ ଦିବସ ପାଳିତ

16

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ଵାର ଗାନ୍ଧିଛକ ସ୍ଥିତ ଟାଉନ୍ ହଲ୍ ଠାରେ ତ୍ରିନେତ୍ର କଳା କୁଞ୍ଜ ପକ୍ଷରୁ ଆନ୍ତର୍ଜାତୀୟ ନୃତ୍ୟ ଦିବସ ପାଳିତ ହୋଇଯାଇଛି ।ତ୍ରିନେତ୍ର କଳା କୁଞ୍ଜର ପ୍ରତିଷ୍ଠାତା ଗୁରୁ ରମାକାନ୍ତ ସାହୁ ଙ୍କ ନେତୃତ୍ୱରେ ଆନ୍ତର୍ଜାତୀୟ ନୃତ୍ୟ ମହୋତ୍ସବ ଆୟୋଜନ କରାଯାଇଥିଲା । ଓଡ଼ିଶୀ ନୃତ୍ୟ ଓଡ଼ିଶାର ଏକ ପାରମ୍ପାରିକ ନୃତ୍ୟ ହୋଇଥିବାରୁ ଦେଶ ବିଦେଶରେ ପ୍ରଚାର ପ୍ରସାର କରିବା ଏହି ଆନ୍ତର୍ଜାତୀୟ ନୃତ୍ୟ ମହୋତ୍ସବର ମୁଖ୍ୟ ଲକ୍ଷ୍ୟ ଥିଲା। ଏହି ଆନ୍ତର୍ଜାତୀୟ ନୃତ୍ୟ ମହୋତ୍ସବରେ ମାଳୟେସିଆ, ଜାପାନ, ଛତିଶଗଡ଼, ରାୟପୁର, ଭୁବନେଶ୍ଵର, ଏବଂ କଟକରୁ ନୃତ୍ୟ ମହୋତ୍ସବରେ ବହୁ ଓଡ଼ିଶୀ ନୃତ୍ୟ କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ। ନୃତ୍ୟଶିଳ୍ପୀ ଡକ୍ଟର ଗଜେନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପଦ୍ମ ଭୂଷଣ ଡକ୍ଟର ଉତ୍ସବ ଚରଣ ଦାସ, ହିନ୍ଦସେବକ ସଂଘର ସଭାପତି ଶ୍ରୀଯୁକ୍ତ ଦାମୋଦର ସାହୁ, ନୃତ୍ୟଶିଳ୍ପୀ ବିଜୟ ଲକ୍ଷ୍ମୀ୍ ମହାପାତ୍ର ଓ ମୁକ୍ତାଲତା ପାଲ, ପୂର୍ବତନ ଚୌଦ୍ଵାର – କଟକ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ଵାଳ,ପୌର ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ଵର୍ଣ୍ଣ ପ୍ରଭା ସାମଲ, ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ଯୋଗ ଦେଇ ଓଡ଼ିଶୀ ନୃତ୍ୟ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More