କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଚଉଦକୁଲାଟ ଗ୍ରାମର ପାଞ୍ଚ ଶହ ବର୍ଷର ପୁରୁଣା ଦଧିବାମନଜୀଉ ମନ୍ଦିର ରୁ କେହି ଦୁର୍ବୁର୍ତ ମନ୍ଦିର ଗ୍ରୀଲ ଭାଙ୍ଗି ୮୦କିଲୋ ଓଜନର ପିତଳ ଗୋପିନାଥଜୀଉ ଙ୍କ ମୂର୍ତ୍ତି କୁ ଚୋରି କରି ନେଇଯାଇଛି। ରଥଯାତ୍ରା ଥିବାରୁ ଦଧିବାମନଜୀଉ ମାଉସୀ ମା ମନ୍ଦିର କୁ ଯାଇଥାନ୍ତି ଏହି ସମୟରେ ମୁଖ୍ୟ ମନ୍ଦିର ପରିସର ଭକ୍ତ ଗହଳି ରହୁ ନଥିବାର ସୁଯୋଗ ନେଇ ମଧ୍ୟରାତ୍ରରେ କିଛି ର୍ଦୁବୁତ ମନ୍ଦିର ଆଗରେ ଥିବା ଦୁଇଟି ଲୁହା ଗ୍ରୀଲ କାଟିବା ସହିତ ଓ ଦୁଇଟି କବାଟ ଭାଙ୍ଗି ଭଗବାନଙ୍କ ଦୁଇଟି ଦାମି ମୁର୍ତ୍ତି ଚୋରି କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମନ୍ଦିର ରାତି ୧୧ଟା ପର୍ଯ୍ୟନ୍ତ ଚଳଚଞ୍ଚଳ ଥିଲା, ପରବର୍ତ୍ତୀ ସମୟରେ ମନ୍ଦିର ଫାଙ୍କା ଥିବା ର ସୁଯୋଗ ନେଇ ଦୁର୍ବୁର୍ତ ମାନେ ଏହି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ୨୦୧୭ ମସିହାରେ ଏହି ମନ୍ଦିର ରୁ ପୂର୍ବରୁ ଥରେ ଗୋପିନାଥ ଜୀଉଙ୍କ ମୂର୍ତ୍ତି ଚୋରି ହୋଇଥିଲା। ତାଙ୍କ ସ୍ଥାନରେ ଆଉ ଏକ ନୂତନ ମୂର୍ତ୍ତି ରଖି ପୂଜା କରାଯାଉଥିଲା। ଦୀର୍ଘ ଚଉଦ ମାସ ପରେ ଏକ ପରିତ୍ୟକ୍ତ ସ୍ଥାନରୁ ଏହି ମୂର୍ତ୍ତି ମିଳିବା ପରେ ପୁନଶ୍ଚ ମୂର୍ତ୍ତି କୁ ମନ୍ଦିର ରେ ରଖି ପୂଜା କରାଯାଉଥିଲା। ଏଥର ଦୁର୍ବୁର୍ତ ନୂଆ ପୁରୁଣା ଦୁଇଟି ମୂର୍ତ୍ତି କୁ ଚୋରି କରିନେଇଛି। ମୂର୍ତ୍ତି ଦୁଇଟି ର ଓଜନ ପାଖାପାଖି ୮୦ କିଲୋ ଓଜନର ହୋଇଥିବାରୁ ମୁର୍ତ୍ତି ଚୋରି ପଛରେ ଏକାଧିକ ଚୋର ମାନଙ୍କର ସମ୍ପୃକ୍ତ ଥିବା ନେଇ ଭକ୍ତମାନେ ଦାବି କରିଛନ୍ତି। ଅଭିଯୋଗ ପରେ ଚଉଦକୁଲାଟ ଫାଣ୍ଡି ପୋଲିସ ଓ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ତପନ କୁମାର ରାଉତ ଓ ପଟ୍ଟାମୁଣ୍ଡାଇ Sdpo ସଂଧ୍ୟା ରାଣୀ ବେହୁରିଆଙ୍କ ସମେତ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ମାଧ୍ୟମରେ ତଦନ୍ତ କାର୍ଯ୍ୟ ଚାଲିଛି। ।