ଚୋରୀ ସାମଗ୍ରୀ ଜବତ, ୩ ନାବାଳକ ଗିରଫ

14

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ଚୋରୀ ଅଭିଯୋଗରେ ୩ ନାବାଳକଙ୍କୁ ଧରିବା ସହ ଚୋରୀ ସାମଗ୍ରୀକୁ ଜବତ କରିଛି | ସୂଚନାଯୋଗ୍ୟ:- ୩୧ଅଗଷ୍ଟ ପୂର୍ବରୁ ଡାବୁଗାଁ ଥାନା ଅଧୀନ ଜୟନ୍ତୀନଗର ଗ୍ରାମର ଶିକ୍ଷକ ଧନଞ୍ଜୟ ବଡଜେନା ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ପୁରୀ ଜିଲାରେ ଥିବା ନିଜ ପୈତୃକ ଘରକୁ ଯାଇଥିଲେ | ସେଠାରୁ ୩୧ ଅଗଷ୍ଟ ଦିନ ସକାଳୁ ଆସିବା ପରେ ଦେଖିଥିଲେ ନିଜ ଘରର ମୁଖ୍ୟ କବାଟର ତାଲା ଭଙ୍ଗା ଯାଇଛି | କବାଟ ଖୋଲି ଘର ଭିତରକୁ ଯାଇ ଦେଖିଥିଲେ ଯେ ଘର ଭିତରେ ବିଭିନ୍ନ ସାମଗ୍ରୀ ଏଣେ ତେଣେ ପଡିଛି | ଘରେ ଥିବା ଏଲଇଡି ଟିଭି-୧ ଟି, ଟେବୁଲ ଫ୍ୟାନ-୧, ଇଣ୍ଡକସନ ଚୁଲା-୧, ସ୍କୁଲ ମନିଟରିଙ୍ଗ ମେସିନ-୧, ଆଇରନ ବକ୍ସ-୧, ଚାର୍ଜ ଲାଇଟ -୧, ପେନଡ୍ରାଇଭ-୧ଟି ଓ ଲୁଗାପଟା ଆଦି ଚୋରୀ ହୋଇଯାଇଛି | ଏନେଇ ଶିକ୍ଷକ ଜଣଙ୍କ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ମାମଲାର ତଦନ୍ତ କରିଥିଲେ | ତଦନ୍ତ କରିବାରୁ ଏଥିରେ ସମ୍ପୃକ୍ତ ଜୟନ୍ତୀନଗର ଓ ଡାବୁଗାଁ ର ୧୪ ବର୍ଷର ୨ଜଣ ଓ ୧୫ ବର୍ଷର ୧ଜଣ ନାବାଳକଙ୍କୁ ମଙ୍ଗଳବାର ଧରାଯାଇଥିଲା | ଏହା ସହ ଚୋରୀ ହୋଇଥିବା ସମସ୍ତ ସାମଗ୍ରୀ ଜବତ କରାଯାଇଛି | ବୁଧବାର ୩ ଜଣ ନାବାଳକଙ୍କୁ ନବରଙ୍ଗପୁର ପ୍ରିନ୍ସପାଲ ମାଜିଷ୍ଟ୍ରେଟ ଜୁଭେନାଲ ଜଷ୍ଟିସ ବୋର୍ଡ ନିକଟରେ ହଜାର କରାଯାଇଛି | ଏନେଇ ଥାନା କେସ ନଂ- ୧୪୧/୨୨ରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି | ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More