ଚୋରି ସାମଗ୍ରୀ ଜବତ,ଜଣେ ଗିରଫ

14

Get real time updates directly on you device, subscribe now.

ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚୋରି ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଚିତ୍ତ ରଞ୍ଜନ ଜେନା(୪୨)। ତାଙ୍କ ଠାରୁ ଲକ୍ଷାଧୂକ ଟଙ୍କାର ସୁନା ଗହଣା ସହ ବହୁ ଘରୋଇ ଆସବାପତ୍ର ଜବତ କରାଯାଇଛି। ଏ ନେଇ ସେକ୍ଟର-୩ ଥାନା ପୋଲିସ ସୋମବାର ଏକ ଖବରଦାତା
ସମ୍ମିଳନୀରେ ସୂଚନା ଦେଇଛି।ଖବରଦାତା ସମ୍ମିଳନୀରେ ରାଉରକେଲା ଅତିରିକ୍ତ ଏସ୍‌ପି ସଂଗ୍ରାମ କେଶରୀ ବେହେରା କହିଥିଲେ,ସେକ୍ଟର-୨ର ଚିତ୍ତରଞ୍ଜନ ଦୀର୍ଘଦିନ ଧରି ସେକ୍ଟର ଅଞ୍ଚଳର ବିଭିନ୍ନ ଲୋକଙ୍କ ଘରେ ପଶି ଆସବାପତ୍ର ଚୋରି କରି ଫେରାର ହୋଇ ହୋଇଯାଆନ୍ତି। ସେ ଚୋରି ସାମଗ୍ରୀ ଗୁଡିକୁ ନିଜ ଘରେ କିଛିଦିନ ସାଇତି ରଖିବା ପରେ କୌଣସି ଗ୍ରାହକଙ୍କୁ ଆଧା ଦାମ୍‌ରେ ବିକ୍ରି କରି ଦେଇଥାନ୍ତି। ଏଭଳି ଭାବେ ଚିତ୍ତରଞ୍ଜନ ଗତ କିଛି ମାସ ଧରି ସେକ୍ଟର ଅଞ୍ଚଳର ୯ଟି ସ୍ଥାନରୁ ଚୋରି କରିଥିଲେ। ଏନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କ କୌଣସି ଟେର ପାଇ ନଥିଲା। ଗତ ୯ ତାରିଖରେ ଚିତ୍ତରଞ୍ଜନ ସେକ୍ଟର-୪ ଏ ବ୍ଲକ ଘର ନଂ-୧୯୨ରେ
ଘରେ ପଶି ଚୋରି କରୁଥିଲେ। ଏହି ସମୟରେ ଘର ମାଲିକ ତାଙ୍କୁ କାବୁ କରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରି ଚିତ୍ତରଞ୍ଜନ ଗତବର୍ଷ ୯ଜଣଙ୍କ ଘରୁ ଚୋରି କରି ସମସ୍ତ ସାମଗ୍ରୀକୁ ନିଜ ଘରେ ରଖିଥିବା ସ୍ୱୀକାର କରିଥିଲେ ବୋଲି ଅତିରିକ୍ତ ଏସ୍‌ପି କହିଛନ୍ତି । ଏ ନେଇ ପୋଲିସ ଏକ
ମାମଲା (ନଂ.୧୧୮।୨୨) ରୁଜୁ କରି ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରିଛି। ଏଥ୍‌ସହ ଉକ୍ତ ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ ଜାରି ରଖୁଥିବା ଅତିରିକ୍ତ ଏସ୍‌ପି ବେହେରା ସୂଚନା ଦେଇଛନ୍ତି।ସୁନ୍ଦରଗଡ ଜିଲ୍ଲା ପ୍ରତିନିଧି ରାନୁ ମହାପାତ୍ରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More