ଚୋରି ଘଟଣାକୁ ନେଇ ପ୍ରେସମିଟ୍ କଲେ ଜିଲ୍ଲା ଆରକ୍ଷୀଅଧିକ୍ଷକ

15

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଏକ ମୋବାଇଲ ଦୋକାନରୁ ଚୋରି ହୋଇ ଥିବା ନେଇ ତାହା ଉପରେ ନବରଙ୍ଗପୁର ସ୍ଥିତ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ପ୍ରେସ ମିଟ୍ କଲେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ l ସୁଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳ ଚାଟିଗୁଡା ଗ୍ରାମର ଅଭୟ ଦତ୍ତଙ୍କ ମୋବାଇଲ ଦୋକାନରୁ ଗତ 6 ତାରିଖ ରାତିରେ ଚୋରି ଯାଇଥିଲା l ଦୋକାନ ଭିତରେ ପଶି ଦେଖିଲେ, ଦୋକାନରେ ଥିବା 20 ହଜାର ଟଙ୍କା, 12 ଟି ମୋବାଇଲ, 8ଟି ବ୍ୟବହୃତ ମୋବାଇଲ, ଗୋଟିଏ ଲାମିନେସନ ମେସିନ, ଗୋଟିଏ ମନିଟର,4 ଟା ପାୱାର ବେଙ୍କ ସମେତ ଅନ୍ୟାନ୍ୟ ଦୋକାନ ସମାଗ୍ରୀ ଚୋରି ଯାଇଛି l ଦୋକାନ ଚୋରିକୁ ଭିତ୍ତି କରି ଅଭୟ ଦତ୍ତ ଅନ୍ ଲାଇନରେ ଓ ଡାବୁଗାଁ ଥାନାରେ ଏକ ଅଭିଯୋଗ କରିଥିଲେ l ଅଭିଯୋଗକୁ ଭିତ୍ତିକରି ଡାବୁଗାଁ ପୋଲିସ ତଦନ୍ତ ଆରମ୍ଭ କରିଥିଲା l ତଦନ୍ତ ରେ ସେହି ଅଞ୍ଚଳର 4 ଜଣ ନାବାଳକ ଯୁବକଙ୍କୁ ପୋଲିସ ଧରିବା ସହ ସେମାନଙ୍କ ଠାରୁ ଚୋରି ସମାଗ୍ରୀ ଜବତ କରିବା ସହ 4 ଜଣ ନାବାଳକଙ୍କୁ ଥାନାରେ ଅଟକ ରଖି ଏହାର ମାଷ୍ଟର ମାଇଣ୍ଡ କିଏ ତାର ତଲାସି ଚାଲିଛି ବୋଲି ଏସ୍ ପି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି l ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଉମରକୋଟ ଓ ଅନ୍ୟ ଦୁଇ ଜଣଙ୍କୁ ଭବାନୀପାଟଣା ପଠା ଯାଇଛି lମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ଡାବୁଗାଁ ପୋଲିସ ଚେଷ୍ଟା ଜାରି ରଖିଛି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More