ଚୋରି ଅଭିଯୋଗରେ ୪ ଗିରଫ

16

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ଚୋରି ଅଭିଯୋଗରେ ୪ ଜଣଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଝରିଗୁଡା ଗ୍ରାମ ନିକଟସ୍ଥ ଥିବା ଏକ ପିଚୁ ପ୍ଳାଣ୍ଟ ରୁ ୧୮/୧୦/୨୨ ଦିନ ରାତିରେ ଡିଜି ଆର୍ମେଚର ଚୋରି ହୋଇଥିଲା | ଏନେଇ ପ୍ଳାଣ୍ଟ ସୁପରଭାଇଜର ଗୋବର୍ଦ୍ଧନ ବେହେରା ୧୯/୧୦/୨୨ ଦିନ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ପୋଲିସ ତଦନ୍ତ ଜାରି ରଖିଥିଲା | ବିଭିନ୍ନ ସ୍ଥାନରେ ଚଢାଉ କରି ଆଜି ୪ ଜଣଙ୍କୁ ଗିରଫ କରିଛି | ଅଭିଯୁକ୍ତ ମାନେ ହେଲେ ଡାବୁଗାଁ ଥାନା ଅଧୀନ ନାଗଯୋଡି ନାଡାଗୁଡା ଗ୍ରାମର ପରଶୁରାମ ଭତରା (୨୦), ଶତୃଘନ ପୂଜାରୀ (୨୨) ଓ ଦିବ୍ୟ ହରିଜନ (୨୩) ଏହି ୩ ଜଣ ଚୋରି କରି ନେଇ ଚାଟିଗୁଡା ଗ୍ରାମର କବାଡି ଦୋକାନରେ ୭୭୦୦ ଟଙ୍କାରେ ବିକ୍ରି କରିଥିଲେ | ଉକ୍ତ କବାଡି ଦୋକାନୀ ସକିବ ଖାନ (୨୩) ଙ୍କୁ ଗିରଫ କରାଯିବା ସହ ତାଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରାଯାଇଛି | ଚୋରି କରିଥିବା ୩ ଜଣ ଓ କ୍ରୟ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି | ଆଜି ଅଭିଯୁକ୍ତ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି | ଏନେଇ ଥାନା କେସ ନଂ ୧୬୪/୨୨ ରେ ଏକ ମାମଲା ରୁଜୁ କରାଯାଇଛି | ଏହାସହ ଚୋରିରେ ବ୍ୟବହୃତ ଏକ ଓମିନୀ ଗାଡି ନଂ ଓଆର ୦୫ ଟି ୨୨୦୪ କୁ ମଧ୍ୟ ଜବତ କରାଯାଇଛି | ଚୋରି ହୋଇଥିବା ଆର୍ମେଚରର ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି |ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More