ଚୋରା ବାଲି ଚାଲାଣ ଓ ଗ୍ରୀଡ଼ ନିର୍ମାଣକୁ ବିରୋଧ କରି ତରଭା ତହସିଲଦାରଙ୍କୁ ଘେରାଉ

31

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : ଶୁକ୍ତେଲ ନଦୀରୁ ଚୋରା ବାଲି ଚାଲାଣ ଓ ଏହା ଦ୍ୱାରା ନଷ୍ଟ ହେଉଥିବା ରମ୍ଭା ସିଂଢୋଲ ନଦୀ ଘାଟର କୋଟି ଟଙ୍କାର ଆଡିବନ୍ଧ ପ୍ରକଳ୍ପ ଓ ଗାଁର “ପି ଏମ ଆର ୱାଇ” ରାସ୍ତାକୁ ସୁରକ୍ଷା ଓ ରକ୍ଷଣା ବେକ୍ଷଣ ଯୋଗାଇବା, ଏବଂ ଗ୍ରୀଡ଼ ନିର୍ମାଣ ନାଁରେ ଗରିବ ଚାଷୀଙ୍କ 10 ଏକର ଗୋଚର ଜମିକୁ ଟି ପି ଡବ୍ଲୁ ଓ ଡି ଏଲ କମ୍ପାନୀର ହଡପ ଉଦ୍ୟମକୁ ଦୃଢ଼ ବିରୋଧ କରି ଆଜି ରମ୍ଭସିଂଢୋଲ ଓ ପଦ୍ମପୁରର ଉଭୟ ଗ୍ରାମର କ୍ଷତିଗ୍ରସ୍ତ ଲୋକେ ଶିବତୁଲା ରମ୍ଭସିଂଢୋଲ ରାସ୍ତାରେ ତରଭା ତହସିଲଦାରଙ୍କୁ ଦିନ 11ଟାରୁ 1 ଘଣ୍ଟା ଯାଏ ପ୍ରବଳ ଟାଣ ଖରା ରେ ଘେରାଉ କରି ରଖି ଥିଲେ l ତରଭା ପୋଲିସ ଏ ଘଟଣା ଖବର ପାଇ ଆଇ ଆଇ ସି ସୁବ୍ରତ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ରିଜର୍ଭ ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝା ସୁଝା କରି ତହସିଲଦାରଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ l ଖବରରୁ ପ୍ରକାଶ ଯେ ସୋନପୁର ତହସିଲ ଅନ୍ତର୍ଭୁକ୍ତ ଖାରି ଆର ଆଇ ଶୁକ୍ତେଲ ନଦୀ ବାଲି ର ଉକ୍ତ ଅକ୍ସନ କରିଥିବା ଓ କୁଟସିରା ଖାରି ରାସ୍ତା ଦେଇ ଉକ୍ତ ଠିକାଦାର ବାଲି ନେବାକୁ ଅନୁମତି ଦେଇଥିବା ବଦଳ ରେ ରମ୍ଭା ସିଂଢୋଲ ନଦୀ ଘାଟରୁ ଶିବତୁଳା ରାସ୍ତାରେ ଡମ୍ଫର ଓ ଶହ ଶହ ଟ୍ରାକ୍ଟର ଦ୍ୱାରା ଚୋରା ବାଲି ଚାଲାଣ କରୁଥିବାରୁ ପି ଏମ ଆର ୱାଇ ରାସ୍ତା ବରବାଦ ହେବା ସହିତ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ମଧ୍ୟ ହରାଉଥିବା ଜଣା ପଡିଛି l ଅନ୍ୟ ପକ୍ଷରେ ଚୋରା ବାଲି ଚାଲାଣ ଦ୍ୱାରା କୋଟି କୋଟି ଟଙ୍କାରେ ନିର୍ମିତ ରମ୍ଭା ସିଂଢୋଲ ଗାଁର ଅlଡ଼ିବନ୍ଧଟି ମଧ୍ୟ ଭୁଶୁଡିବାରେ ଲାଗିଛି l ସୋନପୁର, ଖାରି, ଡୁମ୍ବେର ବାହାଲ ଗାଁରେ ଅଧା ଏକର ଜମିରେ ଓ ବଲାଙ୍ଗୀର ଲାଲଟିକ୍ରା ଠାରେ 2 ଏକର ଜମିରେ ଏହି କମ୍ପାନୀ ଗ୍ରୀଡ଼ ନିର୍ମାଣ କରିସାରିଥିବା ବେଳେ ଏହି ଉଭୟ ଗାଁର ଗ୍ରୀଡ଼ ନିର୍ମାଣ ନାଁରେ କାହିଁକି ନିରୀହ ଲୋକଙ୍କ ଅଧିକ 10 ଏକର ଜମିକୁ ହଡପ କରିବାକୁ ଚାହୁଁଛି ଟାଟା ପlୱାର କମ୍ପାନୀ ବୋଲି ପଞ୍ଚାୟତ ସରପଞ୍ଚ, ଗାଁର ୱାର୍ଡ ମେମ୍ବର ପ୍ରକାଶ କରି ଏ ପ୍ରମୁଖ ଘଟଣାକୁ ବିରୋଧ କରି ଗାଁ ଲୋକେ ଉତ୍ତେଜିତ ହୋଇ ଆଜି ରାସ୍ତା ରୋ୍କ କରି ଥିଲେ l ଏବଂ ଏଥି ପାଇଁ ତହସିଲଦାରଙ୍କୁ ଦୁଇ ଘଣ୍ଟା ଯାଏ ହଟହଟା ହେବାକୁ ପଡିଛି l ଏଇ ଗାଁ ରାସ୍ତା ଦେଇ ବେଆଇନ ବାଲି ଚାଲାଣ ଓ ଏବଂ ଲୋକଙ୍କ ହକ ପ୍ରମୁଖ ଦାବୀ ସବୁକୁ ଘଟଣା ସ୍ଥଳ ରେ ଅଚାନକ ପହଂଚି ଥିବା ସୁବର୍ଣ୍ଣପୁରର ଜଣା ଶୁଣା ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀଙ୍କ ଆଗରେ ସ୍ୱୀକାର କରିଛନ୍ତି ଖୋଦ ତରଭl ତହସିଲଦାର l ଏବଂ ଏଥି ପାଇଁ ମୋ ଉପରେ ଅନେକ ରାଜନୈତିକ ଚାପ ସୃଷ୍ଟି ହେଉଛି ବୋଲି ମତ ରଖିଥିଲେ l ଜ଼ିଲ୍ଲାପାଳଙ୍କ ସହିତ ଆଲୋଚନା କରି ଖୁବ ଶୀଘ୍ର ଏହାର ଆଶୁ ସମାଧାନ କରିବି ବୋଲି ପ୍ରତିଶୁତି ଦେଇ ଗାଁ ଲୋକଙ୍କ ସହିତ ଆଲୋଚନା କରିଥିଲେ l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More