ନବରଙ୍ଗପୁର(ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତ ଙ୍କ ନିର୍ଦ୍ଦେଶ କ୍ରମେ ଓ ନବରଙ୍ଗପୁର ଅବକାରୀ ନିରୀକ୍ଷକ ସୁଧୀର କୁମାର ସାହୁ ଙ୍କ ନେତୃତ୍ୱରେ ଆଜି କୋଷାଗୁମୁଡ଼ା ପୁଲିସ ସହ ମିଳିତ ଚଡାଉ କରି ବିପୁଳ ପରିମାଣରେ ଦେଶୀ ମଦ ସହ ମହୁଲ ପୋଚ କୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ରାଜୋଡା , ଚୁରୁଚୁଣ୍ଡା , ନେଇଗାଁ , ରସିଆଗୁଡା, ଲିମଭାଟା, ଦାଡିଆଗୁଡା , ଲାଣ୍ଡୁଗୁଡା , ପୂଜାରିଗୁଡା , ବଡ଼ଆମ୍ବଡା ଓ କୋଷାଗୁମୁଡା ସଦର ମହକୁମା ରେ ଚଡାଉ କରାଯାଇ ପ୍ରାୟ ୬୦ ଲିଟର ଦେଶୀ ରନ୍ଧା ମଦ ଓ ପ୍ରାୟ ୧୫୦୦ ଲିଟର ମହୁଲ ପୋଚ କୁ ଜବତ କରାଯାଇଛି । ଏଥିସହ ଲିମଭାଟା ଗ୍ରାମର ବୈଦେଇ ସମରଥ ଓ ରସିଆଗୁଡା ଗ୍ରାମର ସନି ପୂଜାରୀଙ୍କୁ ଠାରୁ ମଦ ଓ ପୋଚ ଜବତ କରି ଦୁହେଁ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ମଦ ଚଡାଉ ସମୟରେ ଜଣକ ଙ୍କ ଘର ଭିତରେ ଏକ ମାଟି ତଳେ ସିକ୍ରେଟ ଚାମ୍ବର ରୁ ବହୁ ପରିମାଣର ରନ୍ଧା ସାମଗ୍ରୀ ଜବତ କରାଯାଇଥିବା ଜଣାପଡିଛି । ଏହି ଚଡାଉ ରେ କୋଡ଼ିଙ୍ଗା ଅବକାରୀ ବିଭାଗ ଏଏସଆଇ ଜଗବନ୍ଧୁ ଯାନୀ , ବଡ଼ଆମ୍ବଡା ଫାଣ୍ଡି ଅଧିକାରୀ ଗୋପାଳ କୃଷ୍ଣ ହାଲବା , ଅବକାରୀ କନେଷ୍ଟବଳ ଦେବେନ୍ଦ୍ର ସମରଥ , ରଞ୍ଜି ଯାନୀ , ସଦାଶିଵ ଭତରା , ସହ କୋଷାଗୁମୁଡ଼ା ପୁଲିସ କର୍ମଚାରୀ ସାମିଲ ଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ ସଙ୍ଘର୍ସ୍ ନିଉଜ୍।