ଚୋରା ଗାଡି ବିକ୍ରି ଅଭିଯୋଗରେ ୨ ଗିରଫ

14

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ବିଗତ ଦିନରେ ଛତିଶଗଡ଼ରୁ ମୋଟର ସାଇକେଲ ଚୋରି ହୋଇଥିବା ନେଇ ଛତିଶଗଡ଼ର ଜଗଦଲପୁରର କୋତୱାଲି ଥାନାରେ ଏକ ଚୋରି ମାମଲା ରୁଜୁ ହୋଇଥିଲା । ପରେ ଜଗଦଲପୁର ଠାରେ ଚୋରି କରିଥିବା ଚୋରଙ୍କ ମଧ୍ୟରୁ ବାବୁଲା ଜାନୀ ନାମକ ଜଣେ ଯୁବକ ଧରା ପଡିଥିଲା । ପରେ ସେ ତାର ସାଥୀଙ୍କ ନାମ କହିଥିଲା । ତେଣୁ ରବିବାର ସନ୍ଧ୍ୟାରେ କୋତୱାଲି ଥାନା ପୋଲିସ ନବରଙ୍ଗପୁର ଜିଲା ଡାବୁଗାଁ ଆସି ତଦନ୍ତ କରିଥିଲେ । ପରେ ରାତ୍ରି ସମୟରେ ଡାବୁଗାଁ ଥାନା ପୋଲିସ ସହାୟତାରେ ବାବୁଲାର ସାଥି ଦୈନୁ ସାନ୍ତାଙ୍କୁ ଜୟନ୍ତୀ ନଗରରୁ ଗିରଫ କରିଥିଲା । ପରେ ସେମାନଙ୍କ ଠାରୁ କୋତୱାଲୀ ପୋଲିସ ଉକ୍ତ ଚୋରା ଗାଡି ଜବତ କରିଥିଲା । ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More